-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
04-Feb-2023
ଢେଙ୍କାନାଳ (ପ୍ରେରଣା ଖବର) ଓଡିଶା ରାଜସ୍ଵ ଅମଲା ସଂଘର ୪ ର୍ଥ ତ୍ରୟୋବାର୍ଷିକ ରାଜ୍ୟ ସମ୍ମିଳନୀ ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ ସଭାପତିତ୍ବରେ ଏହି ଦୁଇ ଦିନିଆ ସମ୍ମିଳନୀ ରେ ଆଜି ଦ୍ଵିତୀୟ
ଦିନରେ ରାଜ୍ୟ ସଂଘ ର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନ ରେ ପ୍ରଦ୍ୟୁମ୍ନ କୁମାର ମିଶ୍ର ଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ପରାଜିତ କରି କ୍ରମାଗତ ଭାବେ ଦ୍ଵିତୀୟ ଥର ତ୍ରିପତି ବାଲାଜୀ ସାହୁ ରାଜ୍ଯ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ସଂଘର ସାଧାରଣ ସମ୍ପାଦକ ଭାବେ ନରେଶ ଚନ୍ଦ୍ର ମହାପାତ୍ର କ୍ରମାଗତ ଭାବେ ତୃତୀୟ ଥର ନିର୍ବାଚିତ ହୋଇଛନ୍ତି।