-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Feb-2023
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର): ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗର ଠାରେ ବିଶ୍ଵ କ୍ୟାନ୍ସର ଦିବସ ପାଳନ କରା ଯାଇଥିଲା.ଉକ୍ତ ଉତ୍ସବରେ କର୍କଟ ରୋଗରେ ପ୍ରାଥମିକ ଚିକିତ୍ସା ମାଧ୍ୟମରେ କ୍ୟାନ୍ସର ରୋଗ ଆରୋଗ୍ୟସାଧ୍ୟ୍ୟ ଓ କ୍ୟାନ୍ସର ରୋଗରେ ପୀଡିତ ନ ହେବା ପାଇଁ ଜୀବନଯାପନ ପ୍ରଣାଳୀରେ ଅନେକ ପରିବର୍ତନ ଓ ଶୃଙ୍ଖଳିତ ହେବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ସେବିକା ଶ୍ରୀମତୀ ମାମି ସିଂଦେଓ ଓ ରୋଜାଲିନ ହୋତା ସଭିଙ୍କୁ ବୁଝାଇ ଥିବା ବେଳେ
ସତ୍ୟବ୍ରତ ଷଡ଼ଙ୍ଗୀ (UPHC) ସ୍ୱାସ୍ଥ୍ୟ ବୈଷୟିକ କ୍ୟାନ୍ସର ସମ୍ବନ୍ଧୀୟ ଧାରଣା ଦେବାସହ ଆମେ ବିଭିନ୍ନ ରସାୟନ ଯୁକ୍ତ ଖାଦ୍ୟ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ l
ଉପରୋକ୍ତ ଦିବସରେ ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା ଯଥା ମଣିଭଦ୍ର ପ୍ରଧାନ, ବିପିନ ବିହାରୀ ସେଟ, ଏ ଏନ୍ ଏମ୍ ଦିଦି ଗଣ ଯୋଗଦାନ କରି ଉତ୍ସାବକୁ ସଫଳ କରାଇଥିଲେ l