-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ରାଜ୍ୟ

ଖଲିଆପାଲି ମହିମାପୀଠରେ ମାଘମେଳା ଆରମ୍ଭ...

03-Feb-2023



ବଲାଙ୍ଗିର(ପ୍ରେରଣା ଖବର)-ସନ୍ଥକବି ଭୀମଭୋଇଙ୍କ ସାଧନା,ସିଦ୍ଧି ଓ ସମାଧିପୀଠ ଖଲିଆପାଲିଠାରେ ଆଜିଠାରୁ ପବିତ୍ର ମାଘମେଳା ଆରମ୍ଭ ହୋଇଛି । ଭୀମଭୋଇ ସମାଧିପୀଠଟ୍ରଷ୍ଟ ଓ ମାଘମେଳା କମିଟିର ମିଳିତ ଆନୁକୁଲ୍ୟରେ ୫ଦିନ ଧରି ହେବାକୁ ଥିବା ମାଘମେଳା ଆରମ୍ଭ ହୋଇଯାଇଛି । ଜଗତ ଭଗତଙ୍କ ମଙ୍ଗଳ ପାଇଁ ମହିମାଧର୍ମ ସମର୍ପିତ । ସେଥିପାଇଁ ବିଶ୍ୱକଲ୍ୟାଣ ପାଇଁ ମହିମାସାଧୁମାନେ ଅଲେଖ ନିରଂଞ୍ଜନଙ୍କୁ ଡାକଦେଉଛନ୍ତି । ଖଳିଆପାଲିରେ ହଜାର ଭକ୍ତ ଓ ସାଧୁଙ୍କ ସମାବେଶ ହେଉଛି ।  ମହିମାଧର୍ମର ଦ୍ୱତୀୟପୀଠ ଖଲିଆପାଲିରେ ସନ୍ଥକବି ଭୀମଭୋଇଙ୍କ ଜିବିତାବସ୍ଥା ସମୟରୁ ମାଘମେଳା ଅବସରରେ ଗୁରୁପୂଜନ ହୋଇଆସୁଛି । ମାଘମାସ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀରେ ଭୀମଭୋଇ ଓ ତାଙ୍କର ଆଧ୍ୟାତ୍ମିକ ସଙ୍ଗୀନି ମାଁ ଅର୍ଣ୍ଣପୂର୍ଣ୍ଣାଙ୍କୁ ଭକ୍ତମାନେ ବେଦୀକାରେ ବସାଇ ୧୦୮ ଜଳପୂର୍ଣ୍ଣକୁମ୍ଭ ରଖି ପାଦଧୌତ କରି ଗୁରୁପୂଜନ କରାଯାଉଥିଲା । ଗୁରୁପୂଜନର ଏହାଏକ ଅନନ୍ୟ ପରଂମ୍ପରା ରହିଆସିଛି । ଆଜି ମଧ୍ୟ ସେହି ପରଂମ୍ପରା ରହିଆସିଛି । ଭୀମଭୋଇଙ୍କ ଦେହାନ୍ତ ପରେ ମହିମାଧର୍ମର ଭକ୍ତଙ୍କ ଉଦ୍ୟମରେ ଏକ ସମାଧିମନ୍ଦିର ନିର୍ମାଣ କରାଯାଇଛି । ତେବେ ଅନେକବର୍ଷ ପୀଠଟି ଅବହେଳିତ ହୋଇ ପଡିରହିଲା ପରେ ୧୯୯୯ ମସିହାରେ ସ୍ଥାନୀୟ ଲୋକ ଓ ଜିଲ୍ଲାପ୍ରଶାସନର ଉଦ୍ୟମରେ ଭୀମଭୋଇ ସମାଧିପୀଠ ଟ୍ରଷ୍ଟ ଗଠନ କରାଯାଇ ମାଘମେଳାକୁ ଜାକଜମକରେ ଆୟୋଜନ କରାଯାଉଛି । ଚତୁର୍ଦ୍ଦଶୀଦିନ ଟ୍ରଷ୍ଟ ପକ୍ଷରୁ ଏକ ସାରସ୍ୱତ ସମାରୋହ କରାଯାଉଛି । ଶନିବାର ଦିନ ଏହି ସାରସ୍ୱତ ମାଘମେଳା ହେବ । ଟ୍ରଷ୍ଟର ଅଧ୍ୟକ୍ଷା ଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ସୁନୀଳ ଅବୋଲି ନରୱଣେ ଏଥରେ ସଭାପତିତ୍ୱ କରିବେ । ମୁଖ୍ୟଅତିଥି ରୂପରେ ସୋନପୁର ବିଧାୟକ

ତଥା ଅର୍ଥ,ସଂସଦୀୟ ବ୍ୟାପାର ଓ ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଞ୍ଜନ ପୂଜାହାରୀ ,ସମ୍ମାନୀତ ଅତିଥି ଭାବରେ ପଶ୍ଚିମଓଡିଶା ବିକାଶ ପରିଷଦର ମୁଖ୍ୟ ନିର୍ବାହୀଅଧିକାରୀ ଡ.ଅଜିତକୁମାର ମିଶ୍ର,ସୋନପୁର ଏସପି ଅମରେଶ ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ଜିଲ୍ଲା ମୁଖ୍ୟଉନ୍ନୟନ ଅଧିକାରୀ ନିହାର ରଂଜନ କୁଅଁର ଓ ସୋନପୁର ଗୋଷ୍ଠୀଉନ୍ନୟନ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଟ୍ରଷ୍ଟର ମେନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ ସୂଚନା ଦେଇଛନ୍ତି । ପ୍ରକାଶ୍ୟ ଯେ,ଖଲିଆପାଲିର ଏହି ପୀଠକୁ ରାଜ୍ୟସରକାର ଏକ ପର୍ଯ୍ୟଟନସ୍ଥଳିର ମାନ୍ୟତା ଦେଇଛନ୍ତି । ଏଠାରେ କଲ୍ୟାଣମଣ୍ଡପ,ଭଜନମଣ୍ଡପ,ପର୍ଯ୍ୟଟକଙ୍କ ପାଇଁ ଅତିଥିଗୃହ,ଭୀମଭୋଇଙ୍କ ବ୍ୟବହୃତ ଜିନିଷର ସୁରକ୍ଷା ପାଇଁ ଏକ ମ୍ୟୁଜିୟମ,ଦୋକାନଗୃହ,ପାନୀୟଜଳ ଯୋଗାଣ ଇତ୍ୟାଦି ନିର୍ମାଣ କରାଯାଇଛି । ସନ୍ôଥକବିଙ୍କ ଲିଖିତ ପାଣ୍ଡୁଲିପିଗୁଡିକୁ ଇନଟାକ ପକ୍ଷରୁ ସୁରକ୍ଷିତ କରାଯାଇଛି । ମନ୍ଦିରକୁ ରଙ୍ଗକରାଯାଇ ସୃଦୃଶ୍ୟ କରାଯାଇ ସାମନାରେ ଏକ ସୁନ୍ଦରବଗିଚା ଓ ଲନ ସୃଷ୍ଟି କରାଯାଇଛି । ବାବା,ମାତା ଓ ମହିମାସାଧୁଙ୍କ ପାଇଁ ସ୍ୱତନ୍ତ୍ର ଆବାସସ୍ଥଳି ମଧ୍ୟ କରାଯାଇଛି । ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଘମେଳା ହେବାକୁ ଯାଉଛି । ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀରେ ଭକ୍ତଙ୍କ ଦର୍ଶନ ପାଇଁ ସମାଧିମନ୍ଦିରକୁ ନୀତିକାନ୍ତି ସହିତ ଖୋଲାଯିବ ବୋଲି ପୀଠର ମୁଖ୍ୟ ସନ୍ୟାସୀ ବାବା କହିଛନ୍ତି । ପ୍ରତିବର୍ଷ ଓଡିଶା ତଥା ବାହାର ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକ ମଧ୍ୟ ମାଘମେଳାରେ ଯୋଗଦେଇଥାନ୍ତି । ଚଳିତବର୍ଷ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି । ମାଘମେଳାରେ ଯୋଗଦେଉଥିବା ସମସ୍ତ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦର ମଧ୍ୟ ବ୍ୟବସ୍ଥା କରାଯାଉଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସାରସ୍ୱତ ସମାରୋହରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯିବ । ଟ୍ରଷ୍ଟର ପ୍ରଥମ ଉପାଧ୍ୟକ୍ଷ ତଥା  ଅବସରପ୍ରାପ୍ତ ଆଏଏସ ପ୍ରେମାନିଧି ସେଠଙ୍କୁ ଭେୀମଭୋଇ ସ୍ମୃତିସମ୍ମାନ,ବାବା ରମେଶ ଦାସଙ୍କୁ ଭୀମଭୋଇ ମହିମା ସମ୍ମାନ,କବୟୀତ୍ରୀ ଚନ୍ଦ୍ରାବତୀ ପାଣ୍ଡେଙ୍କୁ ଭୀମଭୋଇ କଳା ସମ୍ମାନ,ସାହିତ୍ୟିକ ପ୍ରଦୀପକୁମାର ପଣ୍ଡାଙ୍କୁ ଭୀମଭୋଇ ସାହିତ୍ୟ ସମ୍ମାନ,ପଞ୍ଚାନନ ଜଗଦଲଙ୍କୁ ଭୀମଭୋଇ ଯୁବପ୍ରତିଭା ସମ୍ମାନ ଓ ସୁଶ୍ରୀ ଜିତା ପାତ୍ରଙ୍କୁ  ଭୀମଭୋଇ କ୍ରୀଡା ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାଯାଇଛି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like