-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
01-Feb-2023
ବଲାଙ୍ଗିର( ପ୍ରେରଣା ଖବର) ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ପକ୍ଷ ପାଳନ ଉପଲକ୍ଷେ ଉଠା ଜଳ ସେଚନ ବିଭାଗର ବଲାଙ୍ଗିର ବିଭାଜନ ତରଫରୁ ଫେବୃୟାରୀ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଆଜି ବଲାଙ୍ଗିର ଟାଉନ ହଲ ଠାରେ ଏହାର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଠା ଜଳ
ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଞ୍ଜନ କୁମାର ନେଗୀ, ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ, ଟାଟା ପାୱାର୍ ରଞ୍ଜନ କୁମାର ନାଏକ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ, ସତ୍ୟମୟ ଶତପଥୀ, ଉଦ୍ୟାନ ବିଭାଗ,କୃଷି ବିଭାଗ ଅଧିକାରୀ, ନାବାର୍ଡ ଏ ଜିଏମ ପ୍ରମୁଖ ଯୋଗଦେଇ ଜଳର ସୁଷମ ବଣ୍ଟନ, ସୁବିନିଯୋଗ , ମିଳିମିଶି ଜଳ ର ପ୍ରକୃତ ବ୍ୟବହାର ଓ ପାଣି ପଞ୍ଚାୟତ ର ଉପଯୁକ୍ତ କାର୍ଯକାରିତା ନିମନ୍ତେ ସହଯୋଗିତା ଓ ସହଭାଗିତା ଉପରେ ଉପରେ ଗୁରୁତ୍ବାରୋପ କରିଥିଲେ । କାର୍ଯ୍ୟକ୍ରମ କୁ ଉଠା ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ,ସଚ୍ଚିଦାନନ୍ଦ ଦଳାଇ ପରିଚଳନା କରିଥିଲେ । ସଭା ପ୍ରାରମ୍ଭରେ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତା କୁ ଉଠା ଜଳସେଚନ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଅଞ୍ଜନ କୁମାର ନେଗୀ ପଠନ କରିଥିଲେ ।ପରେ ସେଠାରେ ପାଣି ପଞ୍ଚାୟତ ଶପଥ ପାଠ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୂର୍ବରୁ ଆୟୋଜିତ ବକ୍ତୃତା, ପ୍ରବନ୍ଧ ଓ କୁଇଜ, ଚିତ୍ରାଙ୍କନ ପ୍ରତିଯୋଗିତା ର କୃତୀ
ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଭାଜନ ଅଧୀନରେ ଥିବା ଦୁଇଶହ ରୁ ଅଧିକ ପାଣି ପଞ୍ଚାୟତ ର କର୍ମକର୍ତ୍ତା ଯୋଗ ଦେଇଥିଲେ । ଟାଉନ ହଲ ପରିସରରେ କୃଷି, ଉଦ୍ୟାନ,ମତ୍ସ୍ୟ ,କୃଷି ବିଜ୍ଞାନ କେନ୍ଦ୍ର ଦ୍ଵାରା ଆୟୋଜିତ ପ୍ରଦର୍ଶନୀ କୁ ମୁଖ୍ୟ ଅତିଥି ଡକ୍ଟର ମୁକେଶ ମହାଲିଙ୍ଗ ଉଦଘାଟନ କରି ପ୍ରଦର୍ଶନୀ ମଣ୍ଡପ ବୁଲି ଦେଖିଥିଲେ । ସଭା ଶେଷରେ ଉଠା ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।