-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
31-Jan-2023
ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ନବରଙ୍ଗପୁର ମିଶନ ଶକ୍ତି ସଭାଗୃହ ରେ ଜିଲ୍ଲାସ୍ତରୀୟ ରେଡ଼କ୍ରସ ର ସାଧାରଣ ବୈଠକ ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଭାରତୀୟ ରେଡ଼କ୍ରସ ସୋସାଇଟି, ଜିଲ୍ଲା ଶାଖା ନବରଙ୍ଗପୁର ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉପସ୍ଥିତ ଥିବା ସମସ୍ତ ସଭ୍ୟଙ୍କୁ ଡଃ ମିଶ୍ର ସ୍ଵାଗତ ଜଣାଇ ରେଡ଼କ୍ରସ ର ମୌଳିକ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ । ମାନବ ସେବାହିଁ ମାଧବ ସେବା ଉଦ୍ଦେଶ୍ଯ ରେ ଦୁଃଖୀ ଅଭାବୀ ଙ୍କ ସେବାରେ ବ୍ୟବହାର ହେଉଥିବା ରେଡକ୍ରସ ପାଣ୍ଠି କୁ ଅକୁଣ୍ଠ ଚିତ୍ତରେ ମୁକ୍ତ ହସ୍ତରେ ଦାନ କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ନିବେଦନ କରିଥିଲେ। ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାରେ ରେଡକ୍ରସ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ରେଡକ୍ରସ ପାଣ୍ଠିର ଅଭିବୃଦ୍ଧି ଉପରେ ଗୁରୁତ୍ଵ ଦେଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଧାର୍ଯ୍ୟ ପାଣ୍ଠି ଠିକ ସମୟରେ ଜିଲ୍ଲା ଜରୁରୀକାଳୀନ ବିଭାଗ ରେ ପୈଠ କରିବା ପାଇଁ ଏଥି ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପ ସଭାପତି ଲିପିକା ବାରୋଇ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ, ଡ଼ଃ ମଳୟ ତ୍ରିପାଠୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲା ଜରୁରୀକାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ପ୍ରକଳ୍ପ ପ୍ରଶାସକ ପି ଏ ଆଇ ଟି ଡିଏ ବେଣୁଧର ଶବର, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିଆଲ, ଅଧ୍ୟାପିକା ଡଃ ସଂଯୁକ୍ତା ପଣ୍ଡା,ଚନ୍ଦନା ପଣ୍ଡା, ଆଦିତ୍ୟ ବିକ୍ରମ ତ୍ରିପାଠୀ , ତ୍ରିପତି ବାଲାଜୀ ସାହୁ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଶିଶୁ ବିକାଶ ଅଧିକାରୀ ବ୍ୟତୀତ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ
ଯୋଗ ଦେଇଥିଲେ । ଦ୍ବିତୀୟତଃ ଗୃହରେ ୨୦୨୧ -୨୨ ମସିହା ର ଆୟ ଓ ବ୍ୟୟର ହିସାବ ଉପସ୍ଥାପନା କରାଯାଇଥିଲା, ତାହା ସର୍ବସନ୍ନମତିଙ୍କ ସହମତିରେ ଗୃହରେ ପାରିତ ହୋଇଥିଲା । କିଛି ସମନ୍ନିତ ଶିଶୁ ବିକାଶ ଅଧିକାରୀ,ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ମାନେ ଆଶାନୁରୂପ ପାଣ୍ଠି ଆଦାୟ କରି ଥିବାରୁ ଜିଲ୍ଲାପାଳ ବୈଠକରେ ପ୍ରସଂଶା କରିଥିଲେ ।