-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ଐତିହାସିକ ପୀଠ ବିନିକାର ପାପକ୍ଷୟ ମହୋତ୍ସବ ଫେବୃୟାରୀ ୧ ରୁ ୪

30-Jan-2023



ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକାର ଐତିହାସିକ ପୀଠ ପାପକ୍ଷୟ ଘାଟର ମହତ୍ତ୍ଵ ଅନନ୍ୟ ।ଦୁରାରୋଗ୍ୟରେ ପୀଡ଼ିତ ଦ୍ଵିତୀୟ ଅନଙ୍ଗ ଭିମଦେବ ଏଠାରେ ସ୍ନାନ କରି ଆରୋଗ୍ୟ ହୋଇଥିଲେ ।ସେହି ଐତିହାସିକ କିମ୍ବଦନ୍ତୀକୁ ଆଜିର ଦିନରେ ବି ଲୋକେ ବିଶ୍ୱାସକରି ଏହି ପୀଠକୁ ପାଖ ପଡିଶା ଠାରୁ ଆରମ୍ଭ କରି ଦୂରଦୂରାନ୍ତରୁ ଆସୁଛନ୍ତି ।କୂଳ ଦେଇ ବୋହି ଯାଉଥିବା ଚିରସ୍ରୋତା ମହାନଦୀର ପାଣିରେ ବୁଡ଼ ପକାଇ ନିକଟସ୍ଥ ବଟବୃକ୍ଷ ଅର୍ଗଲିଲେ ଗଲି ନିଜର ପାପକୁ ଦୂର କରିଥାନ୍ତି ।ତେଣୁ ଏହି ଅଞ୍ଚଳରଐତିହ୍ୟ,କଳା,ପରମ୍ପରା ମହାନ ହୋଇଥିବାରୁ ଐତିହାସିକ ପୀଠକୁ ମନେ ପକାଇବା ପାଇଁ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆୟୋଜନ ହେଉଛି ପାପକ୍ଷୟ ମହୋତ୍ସବ ।ସୂଚନା ଯୋଗ୍ୟ ଯେ  କୋଭିଡ କଟକଣା ଯୋଗୁଁ

ଦୁଇ ବର୍ଷ କାଳ ବନ୍ଦ ହେବା ପରେ ଚଳିତ ୨୦୨୩ବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣୀୟ ଭାବେ ପାଳନ କରିବା ନେଇ କଳାପ୍ରେମୀ ଲାଗିପଡିଛନ୍ତି ବୋଲି ଗତକାଲି ରବିବାର ସନ୍ଧ୍ୟାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟୀ ସଭାପତି ତଥା ବିନିକା ଓକିଲ ସଂଘ ସଭାପତି ସୁଧାଂଶୁ ଶେଖର ଦାଶ ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଯେ ଫେବୃଆରୀ ୧ରୁ ୪ତାରିଖ ଯାଏ ଅନୁଷ୍ଠିତ ଏହି ମହୋତ୍ସବର  ପ୍ରଥମ ଦିନ ସକାଳେ ବିନିକାର ଇଷ୍ଟଦେବୀ ମା ନାରାୟଣୀଙ୍କ ଠାରୁ ଆଜ୍ଞାମାଳ ଆଣିବା ପରେ କଳାକାର,କଲାପ୍ରେମୀଙ୍କ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ମହୋତ୍ସବ ପେଣ୍ଡାଲ କୁ ପହଞ୍ଚି ପୂଜାର୍ଚ୍ଚନା ପରେ ଅତିଥି ମାନଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଘାଟନ ହେବ ।ସେହି ଦିନ ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେ,ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଅମ୍ବରେଶ ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ,ପ୍ରକଳ୍ପ ଅଧିକାରୀ ନିହାର ରଞ୍ଜନ କୁଁଅର,ବିଡ଼ିଓ ବ୍ୟାସଦେବ ବେହେରା,ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ ଯୋଗଦେଉଥିବା ବେଳେ ମଞ୍ଚରେ ରେଶ୍ମାରାଣୀ ଦାଶ,ପ୍ରସନ୍ନାଜିତ ଓ ଦେବାନନ୍ଦ ଦାଶଙ୍କ ସଙ୍ଗୀତ ପରିବେଷଣ ଏବଂ ଲୋଇସିଂହାର ସଙ୍ଗୀତ ସାଧନା,ବରଗଡ଼ ଚେତନା କଳା ପରିଷଦ ତରଫରୁ ଲୋକନୃତ୍ୟ ପରିବେଷଣ ହେବ ।ସେହିପରି ୨ତାରିଖରେ ମାନ୍ୟବର ମନ୍ତ୍ରୀ ନିରଞ୍ଜନ ପୂଜାରୀ,ବିଧାୟକ ଦେବେଶ ଆଚାର୍ଯ୍ୟ,ସୁଶାନ୍ତ ସିଂ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୂପାର ଠେଲା,ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ ଅତିଥି ଭାବେ ଯୋଗଦେଉଥିବା ବେଳେ ପେଣ୍ଡାଲରେ ଶିବାନନ୍ଦ ତ୍ରିପାଠୀ,ଦୁଷ୍ମନ୍ତ ସୁନା ଓ ନୂର୍ ବେଗମଙ୍କ ସଙ୍ଗୀତ ପରିବେଷଣ ଏବଂ ବଲାଙ୍ଗିର ପଞ୍ଚମ,ସମ୍ବଲପୁର ନଟରାଜ କଳା ପରିଷଦ ଲୋକନୃତ୍ୟ ପରିବେଷଣ ହେବ ।୩ତାରିଖରେ ମନ୍ତ୍ରୀ ରୋହିତ ପୂଜାରୀ,ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର,ବିଧାୟକ ସୁରେଶ ରାଉତରାୟ,ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ ଅତିଥି ଭାବେ ଥିବାବେଳେ ପେଣ୍ଡାଲରେ ଅଭିନେତ୍ରୀ ଦେବସ୍ମିତା,ପଦ୍ମିନୀ ଦୋରା,ଶତ୍ରୁଘ୍ନ ଲୁହା ଓ ଅମିତ ଯୋଶୀଙ୍କ ସଙ୍ଗୀତ ପରିବେଷଣ ଏବଂ ଭବାନୀପାଟଣା ନୃତ୍ୟାଙ୍ଗନା,ସମ୍ବଲପୁର ଲହରୀ ଲୋକନୃତ୍ୟ ପରିବେଷଣ ହେବ ।୪ତାରିଖ ଉଦଯାପନୀ ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ,ସାଂସଦ ସଙ୍ଗୀତା କୁମାରୀ ସିଂଦେଓ,ବିଧାୟକ ଦଳ ନେତା ନରସିଂହ ମିଶ୍ର,ପଦ୍ମନାଭ

ବେହେରା,ଗୃହ ନିର୍ମାଣ ଅଧ୍ୟକ୍ଷ କଳିକେଶ ସିଂଦେଓ ଅତିଥି ଭାବେ ଥିବାବେଳେ ପେଣ୍ଡାଲରେ ନବୀନ କୁଅଁର,ସ୍ୱରୂପା ସିଂଙ୍କ ସଙ୍ଗୀତ ପରିବେଷଣ ଏବଂ ପଦମପୁର ସଙ୍ଗୀତ ସମିତି,ଜୟପୁର କଳା ପରିଷଦ,ସୁବର୍ଣ୍ଣପୁର ରୁମକୁ ଝୁମାନା ଲୋକନୃତ୍ୟ ପରିବେଷଣ ହେବ ।୪ଜଣଙ୍କୁ ପାପକ୍ଷୟ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସଭାପତି ଶ୍ରୀଦାଶ ସୂଚନା ଦେଇଛନ୍ତି ।ସେହିପରି ଏହି ମହୋତ୍ସବ ପରିପ୍ରେକ୍ଷୀରେ ବିନିକା-ସୋନପୁର ରାସ୍ତାର ଗଜପତି ନଗର ଓ ବିନିକା-ରାମପୁର-ଉଲୁଣ୍ଡା ରାସ୍ତାର ତ୍ରିକୋଣୀ କଲେଜ ଛକ ଠାରେ ଆକର୍ଷଣୀୟ ସୁସଜ୍ଜିତ ଗେଟ ନିର୍ମାଣ,ନୂତନ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସମ୍ଭୁଖ ପଡ଼ିଆରେ ଲୋକକଳା ଓ ନାଚଗୀତର ମହାପାର୍ବଣ ପାଇଁ ଝିକିମିକି ଆଲୁଅରେ ସଜ୍ଜିତ ପେଣ୍ଡାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।ଏହା ବ୍ୟତୀତ କଳାପ୍ରେମୀ ଦର୍ଶକଙ୍କ ପାଇଁ ପଲ୍ଲୀଶ୍ରୀ ମେଳା,ମିନାବଜାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା କରାଯାଉଛି ।ଅନୁଷ୍ଟିତ ଏହି ସାମ୍ବାଦିକ ସମ୍ମିଳନୀ ଉପ ସଭାପତି ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ଵତ ତ୍ରିପାଠୀ,ସହ ସମ୍ପାଦକ କାହ୍ନା ପଣ୍ଡା,ସାଂସ୍କୃତିକ ସମ୍ପାଦକ ମଦନ ହୋତା,ଆଲୋକ ହୋତା ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like