-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
30-Jan-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସ୍କିତା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ ମୁଖ୍ୟ ଅତିଥି, ପୂର୍ବତନ ଉଚ୍ଚଶିକ୍ଷା ପରାମର୍ଶଦାତା ଡ. ପ୍ରଫୁଲ୍ଲ ରଥ ମୁଖ୍ୟ ବକ୍ତା ତଥା ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥିଗଣ ମାନବିକତା , ଶୃଙ୍ଖଳା ରକ୍ଷା, ଚରିତ୍ର ଗଠନ ଆଦି ଜଣେ ଆଦର୍ଶ ଛାତ୍ରର ଲକ୍ଷ୍ମଣ ଉପରେ ଗୁରୁତ୍ବରୋପ କରି ନୈତିକ ଜୀବନ ବିକାଶ ହିଁ ମାନବର ପ୍ରକୃତ ମାନବତ୍ବ ବୋଲି ମତ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନରେନ୍ଦ୍ର ବାରିକ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ମେହେରଙ୍କୁ ଚଳିତ ଶିକ୍ଷା ବର୍ଷର ଶ୍ରେଷ୍ଠ ଛାତ୍ରୀ ଭାବେ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଆଲୁମିନି ଆସୋସିଏସନ୍ ଗଠନ କରିଥିଲା। ପୂର୍ବ ଛାତ୍ର ବିକନ ସାହୁ, ଗୋପାଳ, ଦେବବ୍ରତ ପଣ୍ଡା,ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏମବିବିଏସରେ ନାମ ଲେଖାଇ ଥିବାରୁ ତଥା ପୁରାତନ ଛାତ୍ର ଅନ୍ୱେଷ ପଣ୍ଡା ଆନ୍ତର୍ଜାତିକ ତାଇକଣ୍ଡୋରେ ସ୍ବର୍ଣ୍ଣ ପଦକ ହାସଲ କରି ସ୍କୁଲ ପାଇଁ ଗୈାରବ ଆଣିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ହେମନ୍ତ ନାରାୟଣ ସିଂହଦେଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଜଳଦେବ ବେରିହା ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ପ୍ରଦ୍ୟୁମ୍ନ ଦୀପ, ସୁବ୍ରତ ନାଏକ, ସବ୍ୟସାଚୀ ପଟ୍ଟନାୟକ, ଶିକ୍ଷୟିତ୍ରୀ ଶାଶ୍ଵତ ନାୟକ, ମଧୁସ୍ମିତା ଚାନ୍ଦ, ମୀନାକ୍ଷୀ ପାଢ଼ୀ,ସସ୍କିତା ମଣ୍ଡଳ, ମଧୁସ୍ମିତା ଦୀପ, କମଳିନୀ ମିଶ୍ର, ବିଜୟିନୀ ବେହେରା, ସାବିତ୍ରୀ ବର୍ମା ଓ ଶାନ୍ତା ସମତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।