-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Jan-2023
ପଦ୍ମପୁର (ପ୍ରେରଣା ଖବର)
ସ୍ଥାନୀୟ ଆର୍ ବି ହାଇସ୍କୁଲ ପଡିଆରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ର ୩୮ ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦଘାଟିତ ହୋଇ ଯାଇଛି ।ଶ୍ରୀଯୁକ୍ତ ଜନକଲାଲ ମେହେର ସମ୍ପାଦକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଧ୍ୱଜ ଆରୋହଣ କରି ଉଦଘାଟନ ଘୋଷଣା କରି ଶରୀର କୁ ସୁସ୍ଥ ଓ ନୀରୋଗ ରଖିବା ପାଇଁ ଶାରୀରିକ ଓ ବ୍ୟାୟାମ ର ଉପଯୋଗିତା ବିଷୟରେ ମାର୍ଗ ଦର୍ଶନ କରିଥିଲେ ଓ ଏହି କ୍ରୀଡ଼ା ସମାରୋହରେ ସମସ୍ତେ ଭାଗ ନେବାକୁ ଉତ୍ସାହିତ କରିଥିଲେ ।ପ୍ରାରମ୍ଭ ରେ ସ୍ଥାନୀୟ କାଳି ମନ୍ଦିର ରୁ ଜ୍ୟୋତି ଆଣି ଜ୍ୟୋତି ପ୍ରବେଶ କରାଯାଇଥିଲା ।୩୮ ଟି ବାଣ ଫୁଟାଇବା ସଙ୍ଗେ ସଙ୍ଗେ ବ୍ୟାୟମ ଯୋଗ ପ୍ରଦର୍ଶନ କରି ଉଦଘାଟିତ ହୋଇଥିଲା ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ କରିଥିଲେ।ଚୈତନ୍ୟ ଭୋଇ ଗୁରୁଜୀ କାର୍ଯ୍ୟକ୍ରମ ର ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ପ୍ରଦର୍ଶନ ଭାବରେ କିଶୋର ବର୍ଗ ଭଉଣୀ ମାନଙ୍କ ୪୦୦ ମି. ଦୌଡ ହୋଇଥିଲା ।ଆସନ୍ତା କାଲି ଏହି ସମାରୋହ ଟି ଉଦଯାପିତ ହେବ ।