-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
28-Jan-2023
ବିନିକା(ହିମାଂଶୁ ଶେଖର ପୁଟେଲ)ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବିନିକା ବ୍ଲକ ଅନ୍ତର୍ଗତ ଚରଦା କପିଳେଶ୍ୱର ମନ୍ଦିରରେ ଶନିବାର ମହାଜଳସାୟୀ ଅନୁଷ୍ଟିତ ହୋଇଯାଇଛି ।ଏଥିରେ କର୍ତ୍ତା ଭାବରେ ଗୁଲୁଣ୍ଡା ଗ୍ରାମର ନରେଶ ଶତପଥୀ ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ଵ ତୁଲାଇଥିବା ବେଳେ ପୂଜକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ ।ସେହିପରି ଏହି ମହତ କାର୍ଯ୍ୟକ୍ରମରେ ୨୪ଜଣ ଥନାପତି,ଟ୍ରଷ୍ଟ ବୋର୍ଡ ସଭାପତି ଅଶୋକ ପୃଷ୍ଟିଙ୍କ ସମେତ କମିଟି ସଦସ୍ୟ,ମନ୍ଦିର ସେବାୟତ ଓ ଅଞ୍ଚଳର ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିବେ । ଭୋର
ସମୟରେ କୋଡିଆମୁଣ୍ଡା ଗ୍ରାମର ୧୫୦ ଜଣ ଗୌଡ ସମ୍ପ୍ରଦାୟର ଲୋକେ ବିନିକାର ମୁକ୍ତିତୀର୍ଥ ପାପକ୍ଷୟ ଘାଟରୁ ଜଳ ସଂଗ୍ରହ କରି ଜୟଧ୍ୱନିରେ ଏକ ଶୋଭାଯାତ୍ରାରେ ଆସି ବାବାଙ୍କ ପୀଠରେ ଜଳ ଅର୍ପଣ କରିଥିଲେ । ପରେ ମନ୍ଦିର ପଛପଟ ବାମ୍ଫିରୁ ଶ୍ରଦ୍ଧାଳୁ ଭକ୍ତ ଜଳ ସଂଗ୍ରହ କରି ବିରାଜମାନ ମହାଦେବଙ୍କ ପରିସରକୁ ଜଳମଗ୍ନ କରିଥିଲେ ।ରୀତିନୀତି ଅନୁଯାଇ ମହାଜଳସାୟୀ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହେବାପରେ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ।