-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
28-Jan-2023
ସମ୍ବଲପୁର(ସଂଜୀବ ପାଣିଗ୍ରାହୀ )
କୁଲତା ସମାଜ ସମ୍ବଲପୁରର ୨୫ତମ ବାର୍ଷିକ ବନ୍ଧୁ ମିଳନ ସହିତ ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ନେଇ ଦେବତା ଆବାହନ ଦାନୀପାଲି ଠାରେ ଆଜି ଅନୁଷ୍ଠିତ ହୋଇଥିଲା I ଡ଼ଃ ଗୋରୀ ଦାସ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଗତ ୨୦୨୨ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀରେ ୮୦ ପ୍ରତିଶତରୁ ଉର୍ଦ୍ଧ ମାର୍କ ରଖିଥିବା ସମାଜର ୧୨୬ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଟପ୍ପର ଛାତ୍ର ଗୀତିକା ପ୍ରଧାନ (୯୭. ୧୭) ଏବଂ ଅଙ୍କୁଶ ପ୍ରଧାନ(୯୪. ୩୩)ଙ୍କୁ ଅତିଥି ଗଣ ସମ୍ବର୍ଦ୍ଧିତ କରିଥିଲେ I ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମକୁ ଦେବାଶିଷ ପ୍ରଧାନ, ପ୍ରଦୀପ ସାହୁ ଏବଂ ସୁପ୍ରଭା ପ୍ରଧାନ ପରିଚାଳନା କରିଥିଲେ I ସଭାପତି ଯଶୋବନ୍ତି ନାୟକ, ସାଧାରଣ ସମ୍ପାଦକ ଦେବତ୍ତମ ପ୍ରଧାନ, ଉପ ସଭାପତି କୃପାସିନ୍ଧୁ ଖମାରୀ, ଦମୟନ୍ତୀ ପ୍ରଧାନ, ବରିଷ୍ଠ ସଦସ୍ୟ ଜଟା ଭୂଷଣ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ I ଏହି ଅବସରରେ ମନ୍ଦିର ପ୍ରତିଷ୍ଠା ନେଇ ସକାଳ ୯ ଘଣ୍ଟାରୁ ଯଥା ରୀତି ଅନୁଯାୟୀ ଦେବତା ଆବାହନ, ନୀତିସ୍ତମ୍ଭ ପୂଜା, ତୋରଣ, ଧ୍ଵଜା, ସୂତ୍ର ବେଷ୍ଟନ, ବାସ୍ତୁ , ଲଷ୍ମୀ ନାରାୟଣ, ଚଉଷଠି ଯୋଗିନୀ, ନବ ଗ୍ରହ, ଦିଗପାଳ, ଜୁପ ରାଜା ପୂଜନ ଏବଂ ସନ୍ଧ୍ୟାରେ ଶସ୍ୟା ଭିଷେକ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା I ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସହିତ ଆସନ୍ତାକାଲି ୨୮ ତାରିଖ ଶନିବାର ଦେବାଦେବୀ ସ୍ନାନ, ଦେବତା ପ୍ରାଣ ପ୍ରତିଷ୍ଠା ଏବଂ ୨୯ ତାରିଖ ରବିବାର ଦେବଦେବୀଙ୍କ ମନ୍ଦିର ପ୍ରବେଶ ଏବଂ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ I ଏହି ଅବସରରେ ଅତିଥି ଗଣ କୁଲତା ସମାଜର ବାର୍ଷିକ ମୁଖପତ୍ର "କୁଳ ପ୍ରତିଭା" କୁ ଉନ୍ମୋଚନ କରିଥିଲେ I