-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
28-Jan-2023
ବଲାଙ୍ଗିର// ବଲାଙ୍ଗିର ଜେ ଏସ୍ ଏମ୍ ମହାବିଦ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଡ.ଦୁର୍ଗା ପ୍ରସନ୍ନ ମହାପାତ୍ର ଆବସରପ୍ରାପ୍ତ ରେଜିଷ୍ଟାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ , ଜେ ସି ଆଇ ସଭାନେତ୍ରୀ, ସଭାସଭ୍ୟାଙ୍କ ସମେତ କଲେଜର ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା, ଉପଦେଷ୍ଟା ମନୋରଞ୍ଜନ ସାହୁ,
ପୀତବାସ ପଣ୍ଡା, ପ୍ରିନ୍ସିପାଲ ଓ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ଭାବରେ ଡ.ଦୁର୍ଗା ପ୍ରସନ୍ନ ମହାପାତ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସକାଳ ୮: ୩୦ ମି ସମୟରେ ସ୍ଥାନୀୟ ମନୋହରପୁର ରିଜର୍ଭ ପୋଲିସ ପଡିଆ ରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହର ପ୍ୟାରେଡରେ ଜେ ଏସ ଏମ୍ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗଦେଇ ପ୍ୟାରେଡ ପ୍ରତିଯୋଗିତାରେ ଉଚ୍ଚକୋଟିର ପ୍ୟାରେଡ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିବା ସହିତ ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କୁତ ହୋଇଥିଲେ ।