-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Jan-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ) ସୋନପୁର ସଦର ସୋନପୁର ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ଜୁନିଅର ରେଡକ୍ରସ୍ ତରଫରୁ ଗରିବ ତଥା ଅବହେଳିତ ବୃଦ୍ଧବୃଦ୍ଧା ମାନଙ୍କୁ ସହାୟତାର ହାତ ବଢେ଼ଇ ମାନବୀୟ ସେବା ଯୋଗାଇ ଦେବାପାଇଁ ପ୍ରାୟାସ ଆରମ୍ଭ ହୋଇଛି । ଏହି ଉପଲକ୍ଷ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁଲତା ଭୋଇ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଜୁନିଅର ରେଡକ୍ରସ୍ ଅଧିକାରୀ ରବିଚନ୍ଦ୍ର ପସାୟତ ଯୋଗ ଦେଇଥିବା ବେଳେ ପ୍ରତାପପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜୁନିଅର ରେଡକ୍ରସ ପରାମର୍ଶଦାତା ତଥା ବିସିସି ଗୋପେଶ ପଣ୍ଡା ସଂଯୋଜନା କରିଥିଲେ । ଜୁନିୟର ରେଡ଼କ୍ରସ ପକ୍ଷରୁ ଅସହାୟ ତଥା
ଗରିବ ବ୍ୟକ୍ତିଙ୍କୁ ଚିହ୍ନଟ କରି ଶୁଖିଲା ଖାଦ୍ୟ ଏବଂ ଶୀତରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା । ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ସେନପୁର ସ୍ଥିତ କୁଷ୍ଠାଶ୍ରମ ଏବଂ ସାନଝିଙ୍କି ଗ୍ରାମରେ ଥିବା ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଶେଷରେ ଜୁନିଆର ରେଡକ୍ରସ ପରାମର୍ଶଦାତା ହ୍ରେମନ୍ତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ପୁଷ୍ପାଞ୍ଜଳୀ ନାୟକ ସହଯୋଗ କରିଥିଲେ ।