-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2023
କଣ୍ଟାବାଞ୍ଜି (ଆନନ୍ଦ ମୋଟେ) ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟର ଅଧିନସ୍ଥ ବିଦ୍ୟାଳୟ ମାନଙ୍କରେ ଶିକ୍ଷଣ ସହାୟକ ସାମଗ୍ରୀ ପ୍ରସ୍ତୁତ କରାଯାଇଛି।କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କ୍ଳଷ୍ଟରର ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟ,ବକବାହାଲ ପ୍ରାଥମିକ ବିଦ୍ୟାଳୟ,ବାଞ୍ଜିପାଲି ପ୍ରାଥମିକ ବିଦ୍ୟାଳୟ,ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାଗବେଲ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମିଳିମିଶି ସ୍ୱଳ୍ପ ମୂଲ୍ୟ ଓ ମାଗଣାରେ ମିଳୁଥିବା ଜିନିଷକୁ ନେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ।ଲର୍କି ବିଦ୍ୟାଳୟରେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ର ସାଧନକର୍ମୀ ବିଜୁଦାସ ମହାନନ୍ଦ, ନରେଶ ତାଣ୍ଡୀ, ଯଶୋବନ୍ତ କୁମ୍ଭାର ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ କ୍ଳଷ୍ଟରର ଶିକ୍ଷକ ପ୍ରେମରାଜ ପାଣିଗ୍ରାହୀ, ବିନୋଦିନୀ ତାଣ୍ଡୀ, ରଜନୀ ମେହେର, ଶୁଭଦୀପ୍ତା ଦାଶ,ହିମାଂଶୁ ସାହୁ,ଟିକେଶ୍ୱରୀ ସେଠ,କୁନି ମହାରଣା, ଡାଳିମ୍ବ ମେହେର, ଡମ୍ବରୁ ମେହେର, ପୀତାମ୍ବର ଲୁହା, ଧର୍ମବନ୍ତି ପୁଟା,ପ୍ରଫୁଲ୍ଲ ମାଝୀ, ରବୀନ୍ଦ୍ର କୁମାର ରଥ,ସୁଭଦ୍ରା ମେହେର ସମେତ ସମସ୍ତ ଶିକ୍ଷଣ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।