-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||     

HOME   ଜିଲ୍ଲା

୨୬ ତମ ଜାତୀୟ ଯୁବ ମହୋତ୍ସବରେ ସମ୍ବର୍ଦ୍ଧିତ ହେଲେ ବରଗଡ଼ ନେହେରୁ ଯୁବ କେନ୍ଦ୍ରର ସଦସ୍ୟ ଯୁବ ସଂଗଠକ ଆଶୀର୍ବାଦ ମହାପାତ୍ର

22-Jan-2023



କଟକ (ଦୀପକ କୁମାର ଷଡଙ୍ଗୀ) କର୍ଣ୍ଣାଟକର ହୁବଲୀ ଠାରେ ଜାନୁଆରୀ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୨୬ତମ ଜାତୀୟ ଯୁବ ମହୋତ୍ସବରେ(କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ଭାରତ ସରକାର) ଯୋଗଦାନ କରି କୁଲିତା ଟୁକୁରା (ଗାନ୍ଧୀ ଟିକିରା) ର ଆଶୀର୍ବାଦ ମହାପାତ୍ର (ଅନୁପ) ତାଙ୍କ ଗାଁ ମାଁ ମାଟି ପାଇଁ ଗୌରବ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନୀ ସଭାରେ ଯୋଗଦାନ କରିବା ସହିତ ଯୁବକମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ମହୋତ୍ସବରେ ଭାରତର ସମସ୍ତ ରାଜ୍ୟମାନଙ୍କରୁ ୭୫୦୦ ଜଣ ଯୁବ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଆଶୀର୍ବାଦ ଏଥିରେ ଆଦିବାସୀ ମାନଙ୍କ ଜୀବନଶୈଳୀ ଉପରେ ତାଙ୍କ ଲୋକନୃତ୍ୟ ପ୍ରଦର୍ଶିତ କରି ଖୁବ ପ୍ରଂଶସିତ ହୋଇଥିଲେ । ଏଥି ସହ ସେ ଆର୍ଟିଫିସିଆଲ ରକ କ୍ଲାଇମିଙ୍ଗ ଓ ଏଭିଏସନରେ କୃତିତ୍ୱର ସହ "ଏ" ଗ୍ରେଡ ହାସଲ କରିଥିଲେ । ଜାତୀୟ ସ୍ତରର ପର୍ବତାରୋହୀ ଆଶୀର୍ବାଦ ମାତ୍ର ୧୪ ସେକେଣ୍ଡ ସମୟରେ ତାଙ୍କ ରକ କ୍ଲାଇମିଙ୍ଗ ସମାପନ କରି ନିଜ ଉତ୍ତମ ଅନୁଭବ, କୌଶଳ ତଥା ଦକ୍ଷତାର ପରିଚୟ ଦେଇଥିଲେ । ଏହି ମହୋତ୍ସବ ଅବସରରେ କର୍ଣ୍ଣାଟକର ୩୩ ଟି ଭିନ୍ନ ଭିନ୍ନ ସ୍ଥାନରେ ୪,୦୫,୨୫୫ ଜଣ ଯୋଗ କରି ଗ୍ରୀନିଜ ବୁକରେ ସ୍ଥାନ ହାସଲ କରିଥିଲେ । ସୂଚନାଯୋଗ୍ୟ କି ଆଶୀର୍ବାଦ ମହାପାତ୍ର (ଅନୁପ) ବରଗଡ଼ ନେହେରୁ ଯୁବା କେନ୍ଦ୍ରର ଜଣେ ସଦସ୍ୟ । ଏହି ସଂଗଠନର ଜିଲ୍ଲାଧିକାରୀ ଶ୍ରୀ ରୋଶନ ଟଣ୍ଡନ, ଉପଦେଷ୍ଟା କମିଟୀ ମେମ୍ବର ଶ୍ରୀ ତ୍ରିଲୋଚନ ଶତପଥୀ ଆଶୀର୍ବାଦଙ୍କୁ ଦେଶ

ପାଇଁ କିଛି କରିବାକୁ ସଦା ସର୍ବଦା ପ୍ରେରଣା ତଥା ସହଯୋଗ ଯୋଗାଇ ଆସୁଛନ୍ତି । ଆଶୀର୍ବାଦ ତାଙ୍କ ସମାଜ ଉପଯୋଗୀ କାର୍ଯ୍ୟ ପାଇଁ ତାଙ୍କ ଗାଁ ଗାନ୍ଧୀ ଟିକିରା ତଥା ତାଙ୍କ କୁଲିତା ଟୁକୁରା ଗ୍ରାମ ପଞ୍ଚାୟତରେ ବେଶ ଜଣାଶୁଣା । ତାଙ୍କ ସଫଳତାରେ ତାଙ୍କ ବାପା ରାମନାରାୟଣ ମହାପାତ୍ର, ମାଁ ଦମୟନ୍ତୀ ମହାପାତ୍ର, ଭାଇ ଆଦର୍ଶ ମହାପାତ୍ର, ଅବସରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଇନ୍ଦିରା ଦେଈ ତଥା ମେଣ୍ଟର, ଲେଖକ ଓ ସମାଜ ସେବୀ ଅଭିଷେକ ପଣ୍ଡା ମାର୍ଗଦର୍ଶକ ସାଜି ଆସିଛନ୍ତି । ଜଣେ ଅନନ୍ୟ ପ୍ରତିଭାଶାଳୀ ଯୁବକ ହିସାବରେ ଓଡ଼ିଶା ତଥା ଭାରତ ପାଇଁ ଦେଶ ବିଦେଶରେ ସୁନାମ ଅର୍ଜନ କରିବା ତାଙ୍କ ଜୀବନର ଲକ୍ଷ୍ୟ ।ଜାତୀୟ ଯୁବ ମହୋତ୍ସବରେ ପାଇଥିବା ଭାରତ ପତାକା ସ୍ମୃତି ଫଳକ ତାଙ୍କ ଜୀବନର ଏକ ଶ୍ରେଷ୍ଠ ଉପଲବ୍ଧି ବୋଲି ଆଶୀର୍ବାଦ କୁହନ୍ତି ଓ ଦେଶ ସେବା ପାଇଁ ସେ ସଦା ସର୍ବଦା ତତ୍ପର ଥାନ୍ତି ବୋଲି କହିଥାନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026

You Might Also Like