-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ସୁଦାମ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। କଲେଜ ପରିଚାଳନା କମିଟି ସଭାପତି ସୟମ୍ଭୁନାଥ ଖଣ୍ଡଗିରି, ବ୍ଳକ ଅଧ୍ୟକ୍ଷ ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ପୂର୍ବ ବ୍ଳକ ଅଧ୍ୟକ୍ଷ ରଞ୍ଜିତ ରଥ , ସମିତି ସଭ୍ୟ ଶୈଳରଞ୍ଜନ ବାଦି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଖେଳ ଅଧ୍ୟାପକ ନରେନ୍ଦ୍ର ଚାନ୍ଦ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ଡ. ହିମାଂଶୁ ଶେଖର ପାଢ଼ୀ ସଭା ସଂଯୋଜନା କରିଥିଲେ। ଅଧ୍ୟାପକ ବିଜୟୀ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଯାମିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ମନୋଜ ଷାଣ୍ଢ,ଲଭଲିନ ସିଂହ, ଦେବେନ୍ଦ୍ର କର୍ଣ୍ଣ ଓ ଇନ୍ଦୁ ମେହେର ଚାମ୍ପିଅନ ହୋଇ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ବିଜୟୀ ପୁରୋହିତ, ଗୀତାଞ୍ଜଳି ପୂଜାରୀ, ବିରଞ୍ଚି ନାରାୟଣ ମିଶ୍ର, ସୁନିଲ ତ୍ରିପାଠୀଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।