-+91-9937148622 |
prerana_bgr@rediffmail.com |
Thursday 26th March 2026 |
R.N.I. Regd No. ODIODI/2010/46693
Breaking News
14-Jan-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଠାରେ ବିରାଟ ଧନୁଯାତ୍ରା ମହୋତ୍ସବ ଅବସରରେ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଂସ ଭୂମିକାରେ ଶୁସିଲ ମେହେର ଅଭିନୟ କରିବା ପାଇଁ କମିଟି ସଦସ୍ୟ ମାନେ ନିଜ ବାସ ଭବନକୁ ଯାଇ ରୀତିନୀତି ଅନୁସାରେ କୁଆ ନଡ଼ିଆ ଉପଢୌକନ ଦେଇ ବରଣମାଲା କରିଥିଲେ। ଆସନ୍ତା ଫେବୃୟାରୀ ୨୭ ରୁ ୪ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ସ୍ଥିରୀକୃତ ହୋଇଯାଇଛ। ଏହି ଅବସରରେ ବିଭିନ୍ନ ଲୋକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନା ବଜାର, ଅପେରା ଓ ସମ୍ବଲପୁର ମେଲଡି କାର୍ଯ୍ୟକ୍ରମ ରହିଛି । ବାବା ଅବଧୂତ ସାଂସ୍କୃତିକ ସଂଘ ର ସଭାପତି ରାଜେକ କୁମାର ସେଠୀ, ସମ୍ପାଦକ ସୁଦାମ ମେହେର, ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର,ଟୁନା ଅଧିକାରୀ,ଦୋଳଗୋବିନ୍ଦ ବେହେରା, ନିରଞ୍ଜନ ବେହେରା, ପ୍ରକାଶ ଅଧିକାରୀ,ଓ ସଂଘର କର୍ମକର୍ତ୍ତା ଉପସ୍ଥିତ ଉପସ୍ଥିତ ରହିଥିଲେ।