-+91-9937148622 |
prerana_bgr@rediffmail.com |
Thursday 26th March 2026 |
R.N.I. Regd No. ODIODI/2010/46693
Breaking News
14-Jan-2023
କଟକ : (ବ୍ୟୁରୋ ରିପୋର୍ଟ୍) ସାଲେପୁର ବ୍ଲକ୍ ଅନ୍ତର୍ଗତ ଶିଶୁଆ ସ୍ଥିତ ସାବିତ୍ରୀ ଦେବୀ ବିଜ୍ଞାନ ମହାବିଦ୍ୟାଳୟରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରର ୩୨ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସମ୍ବାଦ ଆମ ଓଡ଼ିଶା ଓ ସାବିତ୍ରୀ ଦେବୀ ବିଜ୍ଞାନ ମହାବିଦ୍ୟାଳୟ ର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ସମାଜସେବୀ ଉମାକାନ୍ତ ଓଝା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଉଦଘାଟନ କରିବା ସହ ରକ୍ତ ଦାନ ଏକ ମହତ୍ ଦାନ କାର୍ଯ୍ୟ ବୋଲି କହିବା ସହ ଜଣଙ୍କର ରକ୍ତ କିପରି ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇବା ରେ ସହାୟକ ହୋଇଥାଏ ସେ ସମ୍ପର୍କରେ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଏହି ମହତ ସମାଜ କଲ୍ୟାଣ କାରୀ କାର୍ଯ୍ୟରେ କିଛି ସମୟ ନିୟୋଜିତ କରିବାକୁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିରରେ ଏସସିବି ରକ୍ତ ଭଣ୍ଡାରର ଡାକ୍ତର ବୀଣାପାଣି ତ୍ରିପାଠୀ,ରାମ ଚନ୍ଦ୍ର ଖଟୁଆ,ବିନୋଦିନୀ ଗିରି, ଚିନ୍ମୟ ରଞ୍ଜନ ପ୍ରଧାନ,ବିଷ୍ଣୁ ପ୍ରସାଦ ଘୋଷ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ସିଦ୍ଧାର୍ଥ ଆଚାର୍ଯ୍ୟ, ଅମିୟ ରଞ୍ଜନ ଦାସ,ଗିରିଜା ପ୍ରସାଦ ମିଶ୍ର, ସସ୍ମିତା ପଣ୍ଡା,ପ୍ରକାଶ ଚନ୍ଦ୍ର ସାହୁ, ଜ୍ୟୋତିର୍ମୟୀ ସାହୁ, ରୁଙ୍କି ପ୍ରିୟଦର୍ଶିନୀ ସାମଲ, ସାଇରାଜ ମହାନ୍ତି, ଗଣେଶ୍ୱର ସାମଲ, ଦିପ୍ତିମୟୀ ସାହୁ,ରଘୁନାଥ ସେଠୀ, ଶାନ୍ତିଲତା କବାଟ, ଶିବପ୍ରସାଦ ସେନାପତି, ପଦ୍ମଲୋଚନ ପରିଡା, ହିମାଂଶୁ ଶେଖର ଲେଙ୍କା, ସତ୍ୟ ପ୍ରକାଶ ନାୟକଙ୍କ ସହ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଶାରଦା ପ୍ରସନ୍ନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶିବିରରେ ସମ୍ବାଦ ସାହିତ୍ୟ ଘର ସାଲେପୁର ଶାଖା ସମ୍ପାଦକ ତଥା ଯୁବ କବି ସମ୍ବିତ ଦାସ, ଯୁବ ସଂଗଠନ ସୁଶାନ୍ତ କୁମାର ବେହେରା,ସାମ୍ବାଦିକ ତାରାକାନ୍ତ ନାୟକ ,ବରିଷ୍ଠ ସଂଗଠକ ଚିତ୍ତ ରଂଜନ ରାଉତରାୟ, ରବୀନ୍ଦ୍ର ରାଉତରାୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ।
ରକ୍ତ ଦାତା ଜୀବନ ଦାତା : ସୁଶାନ୍ତ କୁମାର ବେହେରା,ପ୍ରଶାନ୍ତ କୁମାର ପାତ୍ର,ମାନସ କୁମାର ନାୟକ, ବିଶ୍ବଭୂଷଣ ମିଶ୍ର,ମୋନାଲିସା ସାହୁ,ବିଶ୍ୱଜିତ୍ ଖୁଣ୍ଟିଆ,ଅମନ ତ୍ରିପାଠୀ, ଶୁଭମ୍ ପୃଷ୍ଟି,ସସ୍ମିତା ରାଉତ,ହରପ୍ରିୟା ସାମଲ,ରଶ୍ମି ରଂଜନ ଦାସ,ଦେବେନ୍ଦ୍ର ବେହେରା, ସୀମା ରାଣୀ ମିଶ୍ର,ସାଇ ସ୍ଵାଧୀନ ପଣ୍ଡା,ଆଶୀର୍ବାଦ ରାଉତ,ସୁଶ୍ରୀ ଲିପ୍ତା ଦାସ, ମନୋରଞ୍ଜନ ସ୍ବାଇଁ, ରିତାଞ୍ଜଳି ନାୟକ, ରଘୁନାଥ ସେଠୀ, ଲିପ୍ସା ରାଣୀ ବିଶ୍ବାଳ, ପ୍ରତିମା ପ୍ରଧାନ,ସିଦ୍ଧାର୍ଥ ଆଚାର୍ଯ୍ୟ, ସତ୍ୟପ୍ରକାଶ ନାୟକ, ପଦ୍ମ ଲୋଚନ ପରିଡ଼ା, ଶ୍ରିହରି ଆଶୁତୋଷ ସାହୁ,ଶୁଭଙ୍କର ସାମଲ,ପ୍ରଣବ ଦାସ, ଅଦିତି ସାହୁ,ବିଶ୍ୱଜିତ୍ ନାଥଶର୍ମା, ପ୍ରିୟଙ୍କା ଯାଦବ,ଶିଶିର କୁମାର ଦାସ,ପ୍ରଜ୍ଞା ପ୍ରଣତି ମହାପାତ୍ର।