-+91-9937148622 |
prerana_bgr@rediffmail.com |
Thursday 26th March 2026 |
R.N.I. Regd No. ODIODI/2010/46693
Breaking News
14-Jan-2023
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)
ଦାନିପାଲି ଠାରେ ନବ ନିର୍ମିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଚଳିତ ମାସ ୨୬ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ ଦିନବ୍ୟାପୀ ଯଥା ଵିଧି ଅନୁଷ୍ଠିତ ହେବ I ୨୬ ତାରିଖ ଗୁରୁବାର ମାଘ ଶୁକ୍ଲ ପକ୍ଷ ପଂଚମୀ ତିଥିରେ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରାରେ ସ୍ଥାନୀୟ ମହାନଦୀ ବାଲିବନ୍ଧା ଘାଟରୁ ପାଣି ଅଣାଯାଇ ମନ୍ଦିର ପରିସରରେ ସ୍ଥାପନ କରାଯିବ I ଏହାପରେ ୨୭ ତାରିଖ ଦେବତା ଆବାହନ, ୨୮ତାରିଖ ଦେବତା ପ୍ରାଣ ପ୍ରତିଷ୍ଠା କରାଯିବ I ୨୯ ତାରିଖରେ ଦେବାଦେବୀଙ୍କ ମନ୍ଦିର ପ୍ରବେଶ କରାଯିବ I ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ୪ ଦିନ ଯାକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜନ ହେବ I ପ୍ରତିଷ୍ଠା କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ହଜାର ଭକ୍ତ ସାମିଲ ହେବେ। ପ୍ରତିଷ୍ଠା କାର୍ଯ୍ୟକ୍ରମରେ ୧୦ ଜଣ ପରିବାର କର୍ତ୍ତା ଦାୟିତ୍ୱ ତୁଳାଇବେ I ରାମଚଣ୍ଡୀ ମୂର୍ତ୍ତି ମୁଗୁନି ପଥରରେ ସାଢେ ୪ ଫୁଟ ଉଚ୍ଚତାର ନିର୍ମାଣ ସରିଥିବାବେଳେ ମନ୍ଦିରରେ କୁଲତା ଜାତିର ଗୋତ୍ର ମାନଙ୍କ ପ୍ରତିମୁର୍ତ୍ତି ସମେତ ସମୁଦାୟ ୬୪ ଟି ବିଗ୍ରହ ମୂର୍ତ୍ତି ସ୍ଥାପନ କରାଯିବ। ପ୍ରତ୍ୟେକ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସହିତ କୁଲତା ସମାଜର ୨୫ତମ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ I ସ୍ଥାନୀୟ ରାମଚଣ୍ଡୀ ସେବା ସଦନର ଠାରେ ଶନିବାର ଅନୁଷ୍ଠିତ ସାମ୍ବାଦିକ ସଂମ୍ବିଳନୀରେ ଏ ନେଇ ସମ୍ବଲପୁର କୁଲତା ସମାଜ ସଭାନେତ୍ରୀ ଯଶୋବନ୍ତି ନାୟକ, ସାଧାରଣ ସମ୍ପାଦକ ଦେବଦତ୍ତମ ପ୍ରଧାନ, ଉପ ସଭାପତି କୃପାସିନ୍ଧୁ ଖମାରୀ , ଭକ୍ତବନ୍ଧୁ ପ୍ରଧାନ, ଲଷ୍ମଣ ପ୍ରଧାନ, ଅଭିରାମ ଖମାରୀ ମନ୍ଦିର ପ୍ରତିଷ୍ଠା ନେଇ ମତାମତ ପୋଷଣ କରିଥିବା ବେଳେ କୁଲତା ସମାଜର ବରିଷ୍ଠ ସଦସ୍ୟ ହାରାଧନ ପ୍ରଧାନ, ସରୋଜ ପ୍ରଧାନ, ଜଟା ଭୂଷଣ ସାହୁ, ଇଂ ମଞ୍ଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I ଏହି ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ବିପୁଳ ସଂଖ୍ୟାରେ ଯୋଗଦାନ କରିବାକୁ କୁଳତା ସମାଜ ସମ୍ବଲପୁର ପକ୍ଷରୁ ନିବେଦନ କରାଯାଇଛି I