-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଜିଲ୍ଲା

ବିବାଦୀୟ ମୋଡରେ ବିଧାୟକ-ଜିଲ୍ଲାପାଳ ମୁହାଁମୁହିଁ ଘଟଣା... ଓଏଏସ ସଂଘ,ରାଜସ୍ୱଅମଲା ସଂଘ,ମୋଟରକର୍ମଚାରୀ ସଂଘ ପିନ୍ଧିବ କଳାବ୍ୟାଚ, ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ବ୍ଲକରୁ ଜିଲ୍ଲାପର୍ଯ୍ୟନ୍ତ ଘେରିବେ ଜନତା-କୁକୁ ସିଂ

14-Jan-2023



ବଲାଙ୍ଗୀର(ପ୍ରେରଣା ଖବର)-ଗତ ୧୨ ତାରିଖରେ ଜିଲ୍ଲାପରିଷଦ ବୈଠକରେ ସରକାରୀ ଅନୁଦାନ ଆବଣ୍ଟନକୁ ନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଧାୟକ ଶ୍ରୀ ସାଲୁଜା ତାଙ୍କ ନିର୍ବାଚନମଣ୍ଡଳି ଅନ୍ତର୍ଗତ ତୁରେକେଲା,ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ଅଞ୍ଚଳର ବିଜୁକେବିକେ କୋଟାକୁ ଜିଲ୍ଲାପାଳ ମନମାନୀ କରି କାଟିଦେଇଥିବା ଅଭିଯୋଗ କରି ଜିଲ୍ଲାପାଳ ସରକାରୀ ଗାଇଡଲାଇନର ଉଲଂଘନ କରୁଛନ୍ତି ବୋଲି ଅଭିଯୋଗ କରି ତୁମ୍ବିତୁଫାନ କରିଥିଲେ । ଏପରିକି ସରକାରୀ ଅନୁଦାନ ତୁମର ବାପାର କି ପ୍ରଶ୍ନ କରିବା ସହିତ ଜିଲ୍ଲାରୁ ଅନେକ ଜିଲ୍ଲାପାଳ ମାଡ ଖାଇକରି ଯାଇଛନ୍ତି ବୋଲି ବୈଠକରେ କହିଥିଲେ । ଫଳରେ ଏହାକୁ ନେଇ ଜିଲ୍ଲା ଓଡିଶା ପ୍ରଶାସନିକସେବା (ଓଏଏସ) ସଂଘ,ରାଜସ୍ୱଅମଲା ସଂଘ,ସରକାରୀ ମୋଟର କର୍ମଚାରୀ ସଂଘ ବିଧାୟକଙ୍କ ଏଭଳି ବ୍ୟବହାରକୁ ତ୍ରୀବ୍ରନିନ୍ଦା କରିନବା ସହିତ ଏହାର ପ୍ରତିବାଦରେ ଆସନ୍ତା ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିବାକୁ ନିସ୍ପତ୍ତି ନେଇଛି । ଏହି ସଂଘମାନଙ୍କର ଏଭଳି ନିସ୍ପତ୍ତି ପଛରେ କିଛି ରାଜନୀତିକରଣ ହୋଇସାରିଥିବା ଆଲୋଚନା ହେଉଛି । ଘଟଣାଦିନ ଉପସ୍ଥିତ ମନ୍ତ୍ରୀ ଟିକୁନୀ ସାହୁ ପ୍ରତିକ୍ରୀୟା ଦେଇ କହିଥିଲେ ଯେ,ଜନପ୍ରତିନିଧି ହୁଅନ୍ତୁ କି ଅଧିକାରୀ ସମସ୍ତେ ନିଜର ପରିସୀମା ମଧ୍ୟରେ ରହିବା ଉଚିତ ।

ଜିଲ୍ଲାପାଳ ନିଜେ ବୈଠକ ପରେ ତାଙ୍କ ପ୍ରତିକ୍ରୀୟାରେ ଗଣମାଧ୍ୟମ ଆଗରେ କହିଥିଲେ ଯେ,ଲୋିକପ୍ରତିନିଧିମାନେ ତାଙ୍କର ଦାନବି ଉପସ୍ଥାପନା କରିବା ଅଧିକାର ରହିଛି । ଆଜିର ଯାହା ଘଟଣା ହୋଇଛି ତାହା ମୁହାଁମୁହିଁ ହେଉ କି ଅନ୍ୟକିଛି ହେଉ କେବଳ ବୈଠକର ଏକ ଅଂଶବିଶେଷ ବୋଲି କହିଥିଲେ । ସେ ବିଶେଷ କିଛି ଅଧିକ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିନଥିଲେ । କିନ୍ତ ହଠାତ ପରଦିନ ପ୍ରଥମେ ଓଏଏସ ସଂଘ ପ୍ରତିକ୍ରୀୟାଶୀଳ ହୋଇ ଉଠିଥିଲା । 
           ସେପଟେ ବିଧାୟକ ସନ୍ତୋଷ ସିଂ ସାଲୁଜା(କୁକୁସିଂ) କହିଛନ୍ତି ଯେ,ସେ କେବଳ ତାଙ୍କ ଅଞ୍ଚଳର ଲୋକଙ୍କ ନ୍ୟାର୍ଯ୍ୟଦାବିକୁ ଉପସ୍ଥାପନ କରିଛନ୍ତି । ଲୋକଙ୍କ ସେବା କରିବାକୁ ନିଯୁକ୍ତି ପାଇଥିବା ଅଧିକାରୀମାନେ ଲୋକପ୍ରତିନିଧିଙ୍କୁ ଅଣଦେଖା କରି ମନୋପଲି କଲେ ତାକୁ ବରଦାସ୍ତ କରାଯିବ ନାହିଁ । ଜିଲ୍ଲାପାଳ ଶାସକଦଳର ଏଜେଣ୍ଟ ଭଳି ବ୍ୟବହାର କରୁଛନ୍ତି । ନିଜେ ଗାଇଡଲାଇନ ଉଲଂଘନ କରି ପାଣ୍ଠିଗୁଡିକର ଆବଣ୍ଟନ କରୁଛନ୍ତି । ମୋ ନିର୍ବାଚନମଣ୍ଡଳିର ବ୍ଲକଗୁଡିକର ଅନୁଦାନ କାଟି ଦିଆଯାଇଥିବାରୁ ଆଗକୁ ଏହାକୁ ନେଇ ଆନ୍ଦୋଳନ କରାଯିବ । ଆସନ୍ତା ୧୬,୧୭ ତାରିଖରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିର ବଙ୍ଗୋମୁଣ୍ଡା,ତୁରେକେଲା ଓ ମୁରିବାହାଲ ବ୍ଲକକୁ ଘେରାଉ କରାଯାଇ ୧୮ ତାରିଖରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସୂଚନା ଦେଇଛନ୍ତି । ଲୋକଙ୍କ ଅଧିକାରକୁ ନେଇ ଯାହା ଆବଶ୍ୟକ ସେହି ପନ୍ଥା ଅବଲମ୍ବନ କରାଯିବ ବୋଲି କୁକୁ ସିଂ କହିଛନ୍ତି । ଫଳରେ ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ମଧ୍ୟରେ  ଏକପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । 
 

    ସେପଟେ ଜିଲ୍ଲାପାଳ ଓ ବିଧାୟକଙ୍କ ଲଢେଇ ମଧ୍ୟରେ ଜିଲ୍ଲାରେ ଅନେକ ରୋଚକ ଆଲୋଚନା ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ତାଙ୍କ ଅଧସ୍ଥନ କର୍ମଚାରୀମାନଙ୍କୁ ଅସଭ୍ୟଭାଷାରେ ଗାଳିକରୁଥିବା,ଅଭିଯୋଗ କରିଯାଇଥିବା ଲୋକଙ୍କୁ ଧମକଦେଇ ଦୁର୍ବ୍ୟବହାର କରୁଥିବା,ନିଜ ମନଇଚ୍ଛା ସରକାରୀ କାର୍ଯ୍ୟକୁ କରାଉଥିବା ବିଷୟ ଆଲୋଚନାରେ ସ୍ଥାନ ପାଇଛି ଲୋକପ୍ରତିନିଧି ହିସାବରେ ବିଧାୟକଙ୍କ କାର୍ଯ୍ୟାବଳିକୁ ସୋସିଆଲମିଡିଆରେ ଅନେକଲୋକ ସମର୍ଥନ ଦେଉଥିବା ଲକ୍ଷ୍ୟ କରାଯାଇଛି । ଜଣେ ସରକାରୀ କର୍ମଚାରୀ ହିସାବରେ ଜିଲ୍ଲାପାଳଙ୍କ ମନୋପଲିକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖାଯାଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମାଡ ଥିଓରୀକୁ ମନେ ପକାଇ ଦେଉଛନ୍ତି । କିନ୍ତୁ ଶାସକଦଳର କିଛି ଲୋକ ଓ ଜିଲ୍ଲାପାଳଙ୍କ ସହ ଭିତିରି ବୁଝାମଣାରେ ଅନୁଦାନ ନେଇପାରୁଥିବା ନେତା ,କର୍ମକର୍ତ୍ତା  ବିଧାୟକଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ଜାହିର କରୁଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like