-+91-9937148622 |
prerana_bgr@rediffmail.com |
Thursday 26th March 2026 |
R.N.I. Regd No. ODIODI/2010/46693
Breaking News
14-Jan-2023
ସୁବର୍ଣ୍ଣପୁର// ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଙ୍କ ଠାରେ ପୂଜାର୍ଚନା ଓ ମା ଙ୍କୁ ଆହ୍ୱାନ ପରେ ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳର ଶହ ଶହ କଳାକାରଙ୍କୁ ନେଇ ଆଜି ସୁବର୍ଣ ଲୋକ
ମହୋତ୍ସବ ୨୦୨୩ ଉଦଘାଟନ ପାଇଁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ମା ଙ୍କ ମନ୍ଦିର ରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା l ଦିନ ୧୧ଟା ବେଳେ ମହୋତ୍ସବର ମିନି ଷ୍ଟାଡିଅମର ଫକୀର ପଟ୍ଟନାୟକ ମଞ୍ଚରେ ପୂଜାଅର୍ଚନା ହୋଇଥିଲା l ଜ଼ିଲ୍ଲାପାଳ, ଏ ଡି ଏମ, ଙ୍କ ସମେତ ଜ଼ିଲ୍ଲାର ସମସ୍ତ ପଦାଧିକାରୀ, ବୁଦ୍ଧିଜୀବୀ, ସମାଜସେବୀ ଓ ଜନସାଧାରଣ ଯୋଗ ଦେଇଥିଲେ l