-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2023
କାର୍ଲମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ହର ଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭା ରେ କଲେଜ ର ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀ, ଅଧ୍ୟାପକ ଲମ୍ବୋଦର ସାହୁକାର,ଅଧ୍ୟାପକ ପ୍ରସନ୍ନ ବେହେରା, ଅଧ୍ୟାପିକା ଜ୍ୟୋତିମାଳା ରାଉତ, ପ୍ରଶିକ୍ଷିକା ବର୍ଷା ପ୍ରିୟଦର୍ଶିନୀ, କାର୍ଯ୍ୟକ୍ରମ ସଂଯୋଜକ ତଥା କ୍ରୀଡା ଶିକ୍ଷକ ରାଜ କିଶୋର ରଣା ପ୍ରମୁଖ ଯୋଗ ଦେଇ ଛାତ୍ରୀ ମାନେ କିଭଳି ନିଜକୁ ସୁରକ୍ଷିତ କରିପାରିବେ ଓ ଏଥିପାଇଁ ସେମାନଙ୍କ ଉଦ୍ୟମ ର ଆବଶ୍ୟକ ରହିଛି ବୋଲି ମତପ୍ରକାଶ କରିଥିଲେ।ତେବେ ଏହି ପ୍ରଶିକ୍ଷଣ ଶିବିର ଟି ଚଳିତ ମାସ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ କିଶୋର ରଣା ସୂଚନା ଦେଇଛନ୍ତି।