-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
04-Dec-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ଧନକଉଡା ବ୍ଲକ ଆଦିବାସୀ ମହିଳା ସଙ୍ଗଠନ ପକ୍ଷରୁ ଆଜି ନବନିଯୁକ୍ତ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ମହାନଗର ନିଗମ ୱାର୍ଡ ନମ୍ବର ୨୯ ଗେଙ୍ଗୁଟିପାଲି ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାନଗର ନିଗମ ଅଂଚଳର ଶତାଧିକ ମହିଳା ଉପସ୍ଥିତ ଥିଲେ l ମହାସଂଘ ସଭାନେତ୍ରୀ ସଂଗୀତା ଦାଶ, ଆଦିବାସୀ ନେତ୍ରୀ ଅନିତା ଓରାମଙ୍କ ସମେତ ଛବିଳବାଲା ମଲ୍କିକ, କମଳା ସାହୁ, ସରିତା ଦାଶ, ଅଞ୍ଜନା ମୁଣ୍ଡା, ବତୀ ଓରାମ, ବୁଲନ୍ତି ଓରାମ, ସୁକାନ୍ତି ସେନାପତି ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଅଂଚଳରେ କରୋନା ସଚେତନତା କରାଯିବା ସହିତ ମାସ୍କ ବଣ୍ଟନ କରାଯାଇଥିଲା l ସଭାରେ ଗେଙ୍ଗୁଟିପାଲି ଅଂଚଳରେ ରହିଥିବା କାଣୀବନ୍ଧଲି ଏବଂ ଲୁହୂରାମୁଣ୍ଡା କଟା କୁ ମହାନଗର ନିଗମ ପକ୍ଷରୁ ସୌନ୍ଦର୍ଯ୍ୟକରଣ କରିବାକୁ ମତପ୍ରକାଶ ପାଇଥିଲା l