-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2023
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟୀଗାଁ ଶିବ ମନ୍ଦିର ନିକଟସ୍ଥ ଉତେଇ ନଦୀ ଘାଟ ଠାରୁ ପ୍ରାୟ ଶହେ ମିଟର ଦୂରରେ ବୁଦା ମୂଳେ ଏକ ଅଜଣା ଗଳିତ ଶବ ଚିନ୍ହଟ ହେବା ପରେ ଏହି ଘଟଣା ଟି ଅଞ୍ଚଳରେ ଆଲୋଚନା ବିଷୟ ବସ୍ତୁ ପାଳଟିଛି।ତେବେ କୌଣସି ସୂତ୍ରରୁ ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ମ. ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପଧାନ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଏସ ଆଇ ବଂଶୀଧର ସାମଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପଟେ ଅଜଣା ଶବ ଟି ବହୁତ ଦିନ ର ହେଇଥିବାରୁ ଶବ କୁ ଚିନ୍ହଟ କରିବା ପୋଲିସ ପାଇଁ ମୁଣ୍ଡ ବ୍ୟଥା ର କାରଣ ସାଜିଛି।ଶବର ମୁଣ୍ଡ ଗଛ ଡାଳରେ ଲଟକି ରହିଥିବା ବେଳେ ବାକି ଅଂଶ ତଳେ ପଡିଛି ଏବଂ ଶରୀରର ବହୁ ଅଂଶ ନଥିବା ଦେଖାଯାଉଛି l ଏହା ପୁରୁଷ ନା ସ୍ତ୍ରୀ ଲୋକ ସ୍ପଷ୍ଟ ହୋଇନାହିଁ l ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି l ଉକ୍ତ ନଦୀ ଘାଟ କୁ ଜନ ସାଧାରଣ ନିୟମିତ ଭାବେ ଯିବା ଆସିବା କରୁଥିବା ବେଳେ ଶବ ସମ୍ବନ୍ଧରେ ଟେର ନ ପାଇବା ଚକିତ କରି ପକେଇଛି।