-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2023
ବଲାଙ୍ଗୀର, ଟିଟିଲାଗଡ ବ୍ଳକ ଅନ୍ତର୍ଗତ ଖୋଳାନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଉନବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡିଶା ଜୈନ ସ୍ବତାମ୍ବର ତେରାପନ୍ଥସଭା ଅଧ୍ୟକ୍ଷ ତଥା ଭାଜପାର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ କୁମାର ଜୈନ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦିଲିପ ସାହୁ ମୁଖ୍ଯ ବକ୍ତା ଭାବେ ଯୋଗଦେଇ ଥିଲେ। ନରେଶ ଅଗ୍ରୱାଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ପରିଚାଳନ କମିଟିର ସଭାପତି ଉଚ୍ଛବ କୁବେଲ ସଭାପତିତ୍ବ କରିଥିଲେ।ପ୍ରଧାନଚାର୍ଯ୍ୟ ସୁଶାନ୍ତ କୁମାର ପଣ୍ଡା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଜଗବନ୍ଧୁ ଆଡ଼ଯୁଆଡ ମଞ୍ଚ ପରିଚାଳନା କରିଥିଲେ। ମଧୁ ମହାକୁଡ ଅତିଥି ପ୍ରଦାନ କରିଥିବା ବେଳେ ହିମାନ ରଣା, ଅକ୍ଷ ନାଏକ, ଚପି ନାଗ, ରଶ୍ମିତା, ବନିତା, ସୁଶୀଳା ମାଝୀ, ସରିତା ପଣ୍ଡା ଆଦି ସହଯୋଗ କରିଥିଲେ। ପରିଚାଳନା ସଂପାଦକ ଇନ୍ଦ୍ରମଣୀ ରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।