-+91-9937148622 |
prerana_bgr@rediffmail.com |
Wednesday 25th March 2026 |
R.N.I. Regd No. ODIODI/2010/46693
Breaking News
13-Jan-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ଓଡ଼ିଶାରେ ଆୟୋଜନ ହେଉଥିବା ବିଶ୍ଵ କପ୍ ହକି ଅବସରରେ ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ୍ କାର୍ଯ୍ୟକ୍ରମ ହେଉଛି l ଭାରତର ହକି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଆଜି ସକାଳୁ ବଲାଙ୍ଗିର ଜିଲ୍ଲା କେନ୍ଦୁ ଲିଭ୍ ଡିଭିଜନ ପକ୍ଷରୁ ସହରରେ ଏକ ମିନି ମାରାଥନ୍ ଆୟୋଯିତ ହୋଇଥିଲା l ବଲାଙ୍ଗିର କେନ୍ଦୁଲିଭ୍
ର ତିନି ଡିଭିଜନ୍ ପାଟଣାଗଡ଼, ଟିଟିଲାଗଡ଼ ଓ ବଲାଙ୍ଗିର ବିଭାଗର କର୍ମଚାରୀ ମାନେ ଏହି ଦୌଡରେ ସାମିଲ ହୋଇଥିଲେ l ହକି ପାଇଁ ଦୌଡ ବଲାଙ୍ଗିର ଡିଭିଜନ୍ ଅଫିସରୁ ବାହାରି ସରକାରୀ ମହିଳା ମହାବିଦ୍ୟାଳୟ ଦେଇ ଫରେଷ୍ଟ ବଙ୍ଗଲାରେ ପହଂଚିଥିଲା l ଭାରତରେ ହକି ଖେଳକୁ ପ୍ରୋତ୍ସାହନ ଦେବା ସହ ହକି ପାଇଁ ଜାଗରଣ ସ୍ରୁଷ୍ଟି କରିବା ଏହି ଦୌଡର ଲକ୍ଷ୍ୟ ବୋଲି ବଲାଙ୍ଗିର କେନ୍ଦୁ ଲିଫ ବିଭାଗ ର ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି