-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
12-Jan-2023
ବଲାଙ୍ଗିର,- ସୁନାମଧନ୍ୟ ଆଦର୍ଶ ଶିକ୍ଷକ ଭାବଗ୍ରାହୀ ଖମାରୀ (୮୮) ଙ୍କ ଗତ କାଲି ୧୦ ଟା ରେ ଶାନ୍ତିପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଆଜି ସକାଳୁ ତାଙ୍କ ଗାଁ ଚନ୍ଦନଭାଟିକୁ ତାଙ୍କ ମର ଶରୀର ନିଆଯାଇଥିବା ସେଠାକାର ଶ୍ମଶାନରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି । ତାଙ୍କର ଜ୍ୟେଷ୍ଠ ପୁତ୍ର ବିଶ୍ୱଜିତ ଖମାରୀ ମୁଖାଗ୍ନି ଦେଇଛନ୍ତି । ସ୍ୱର୍ଗତ ଖମାରୀ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ପ୍ରଦୀପ ଖମାରୀଙ୍କ ପିତା ଅଟନ୍ତି । ସେ ଜଣେ ମଳାପି, ପରୋପକାରୀ, ମିଷ୍ଟଭାଷୀ, ଛାତ୍ରବତ୍ସଳ, ଆଦର୍ଶ ଶିକ୍ଷକ ଭାବରେ ସ୍ୱର୍ଗତ ଖମାରୀଙ୍କର ସାରା ବଲାଙ୍ଗିର ଜିଲ୍ଲାରେ ସୁନାମ ଥିଲା । ତାଙ୍କର ଦେହାନ୍ତ ରେ ଚନ୍ଦନଭାଟି ତଥା ବଲାଙ୍ଗିର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।