-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
12-Jan-2023
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ପରିସରରେ ବ୍ଲକସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ବ୍ଲକ ସାମାଜିକ ସମୀକ୍ଷା ଅଧିକାରୀ ସ୍ନିଗଧାମୟି ବାରିକ ସଭାପତିତ୍ୱ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର କେରକେଟା , ଉପାଧ୍ୟକ୍ଷା ନିରୁପମା ପଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁଦ୍ର ପ୍ରସାଦ ସୁନା, ପି ଏ ସୌଭାଗ୍ୟ ପଧାନ, ସୁବଳ ଖରସେଲ ମଞ୍ଚାସୀନ ଥିଲେ l ଏହି ଉତ୍ସବରେ ୬ଟି ବିଭାଗ ଲୋକ ବାଦ୍ୟ ସୋଲୋ, ଲୋକ ବାଦ୍ୟ ଗ୍ରୁପ୍ , ଲୋକ ଗୀତ ଶୋଲୋ ,ଲୋକ ଗୀତ ଗ୍ରୁପ୍ ,ଲୋକ ନୃତ୍ୟ
ଲୋକ ନାଟକ ଅନ୍ତର୍ଭୁକ୍ତ । ଏଠାରୁ ପ୍ରଥମ, ଦ୍ଵିତୀୟ ,ତୃତୀୟ ବିଚାରକ ମାନଙ୍କ ଦ୍ଵାରା ଚୟନ କରାଯାଇ ଉପଖଣ୍ଡସ୍ତରୀୟ ବଲାଙ୍ଗୀର ଲୋକ ମହୋତ୍ସବକୁ ଉତ୍ତୀର୍ଣ୍ଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହି ଉତ୍ସବରେ ୭୦୦ରୁ ଉର୍ଦ୍ଧ କଳାକାର ଯୋଗ ଦେଇଥିଲେ l ବିଚାରକ ଭାବେ ଦୁଷ୍ମନ୍ତ ପଟେଲ,ବ୍ରଜ କିଶୋର ଘିଭେଲ।,ବରୁଣ ଶତପଥୀ ମଞ୍ଚାସୀନ ଥିବାବେଳେ ଉପଦେଷ୍ଟା କମିଟିରେ ନନ୍ଦଳାଲ ପଟେଲ, ବଂଶୀଧର ବେହେରା l ଲୋକ ମହୋତ୍ସବକୁ ପ୍ରଦୀପ ମେହେର ଓ ସୂର୍ଯ୍ୟ ବେହେରା ସହଯୋଗ କରିଥିଲେ l