-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2023
ଲୋଇସିଂହା, (ବିନୋଦ କୁମାର ଦୀପ) ବର୍ତମାନ ସମୟରେ ଚାରିଆଡେ ଧାନମଣ୍ଡିରେ ଧାନ ବିକ୍ରୟ ପ୍ରକ୍ରିୟା ଚାଲିଥିବା ବେଳେ ଅନେକ ସ୍ଥାନରେ ମଣ୍ଡି ମାନଙ୍କ ଠାରେ କଟନି ଛଟନି, ମିଲର ମାନଙ୍କ ମନମୁଖୀ ଯୋଗୁଁ ଧାନ ଗାଡି ଠିକ ସମୟରେ ମଣ୍ଡି ଠାରେ ପହଂଚି ପାରୁନାହିଁ l ଯାହା ଫଳରେ ଚାଷୀ ହଇରାଣ ହେଉଛି l ବସ୍ତା ବସ୍ତା ଧାନ ଖୋଲା ସ୍ଥାନ ମାନଙ୍କରେ ପଡ଼ି ରହୁଛି l ଏହି ପରିପ୍ରେକ୍ଷୀରେ ଲୋଇସିଂହା ବ୍ଲକ ଯୋଗୀସରଡା ପେକ୍ସରେ ମଧ୍ୟ ଗାଡି ଗୁଡିକ ଠିକଭାବେ ପହଂଚି ନ ପାରିବାରୁ ଧାନବସ୍ତା ଗୁଡିକ ବାହାରେ ପଡ଼ି ରହିଛି l ଏଣୁ ଏ ଅଂଚଳର ଚାଷୀ ମାନଙ୍କ ମନରେ ଅସନ୍ତୋଷର ବାତାବରଣ ଦେଖାଦେଇଛି l