-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
11-Jan-2023
ଲୋଇସିଂହା(ବିନୋଦ କୁମାର ଦୀପ) ଲୋଇସିଂହା ଅନ୍ତର୍ଗତ ବୁର୍ଡl ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ସୂଚନାରୁ ପ୍ରକାଶ ଯେ ବରଗଡ-ବଲାଙ୍ଗୀର ୨୬ନମ୍ୱର ଜାତୀୟ ରାଜପଥ ଲୋଇସିଂହା ବୁର୍ଡl ଛକ ନିକଟରେ ବରଗଡ଼ ଆଡୁ ବଲାଙ୍ଗୀର ଅଭିମୁଖେ ଏକ ସ୍କୋର୍ପିଓ ନଂ(ଏ ପି ୩୦ ଏକ୍ସ ୯୧୧୯) ଆଜି ଭୋରରୁ ବାହାରିଥିଲା l ହେଲେ ବିଧିରବିଧାନ ଆଜି ସକାଳ ୮ ଟା ୧୦ମି ସମୟରେ ବୁର୍ଡlଛକ ନିକଟରେ ସ୍କୋର୍ପିଓ ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଟ୍ରକ ନଂ (ଓ ଡି ୦୩ ଭି ୬୧୮୨) ସହ ଧକ୍କା ହୋଇଥିଲା l ଏଥିରେ ସ୍କୋର୍ପିଓରେ ବସିଥିବା ୫ ଜଣ ଦୁର୍ଘଟଣାର ଶିକାର ହୋଇଥିଲେ l ଆହାତ ମାନଙ୍କୁ ପୋଲିସ ସହାୟତାରେ ଲୋଇସିଂହା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା l ହସ୍ପିଟାଲରେ ଡାକ୍ତର ଦେଖି
ଜଣକୁ ମୃତ ଘୋଷଣା କରିଥିଲେ l ଅନ୍ୟ ମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା l ବଲାଙ୍ଗୀର ହସ୍ପିଟାଲରେ ଜଣେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ l ଏହି ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ୨ଜଣ ହେଲେ କପୁରଚନ ପୁଞ୍ଜି ଓ ଧରମଲାଲ ଭୋଇ l ଅନ୍ୟ ୩ ଜଣ ସୁସ୍ଥ ଥିବା ଜାଣିବାକୁ ମିଳିଛି l ଏମାନେ ସମସ୍ତେ କଟାବାଞ୍ଜି ଅଂଚଳର ଥିବା ଜଣାପଡ଼ିଛି l ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍କୋର୍ପିଓକୁ ଥାନାକୁ ଅଣାଯାଇଛି l