-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2023
ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
ନବନିଯୁକ୍ତ କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର ସୋମବାର ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି I କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗତକାଲି ପ୍ରଫେସର ମିଶ୍ରଙ୍କୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ଦେଇଥିଲେ। ସୋମବାର ଅପରାହ୍ନରେ ସେ ଜ୍ୟୋତିବିହାର ପରିସରରେ ପହଁଚିବା ପରେ ବିଶ୍ବବିଦ୍ୟାଳୟର କର୍ମଚାରୀ ସଂଘ ଓ ଶିକ୍ଷକ ସଂଘର ସଦସ୍ୟମାନେ ତାଙ୍କୁ ସ୍ବାଗତ କରିବା ସହିତ ତାଙ୍କ ପ୍ରକୋଷ୍ଠକୁ ପାଛୋଟି ନେଇଥିଲେ। ଏହାପେର କୁଳପତି ପ୍ରଫେସର ମିଶ୍ର ଭାରପ୍ରାପ୍ତ କୁଳପତି ତଥା ପିଜି କାଉନ୍ସିଲ ଅଧ୍ୟକ୍ଷ ପ୍ରଫେସର ସଂଯୁକ୍ତା ଦାସଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ, ବିବାଦୀୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଇସ୍ତଫା ପରେ ଗତ ସେପ୍ଟେମ୍ବର ମାସରୁ ପ୍ରଫେସର ସଂଯୁକ୍ତା ଦାସ ସମ୍ବଲପୁର ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ନିର୍ବାହ କରୁଥିଲେ।