-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2023
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅପରାହ୍ଣରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ବରେଇପାଲି ଥାନା ଉଦ୍ଘାଟନ କରିଛନ୍ତି। ବରେଇପାଲି ସ୍ଥିତ ସାଇବର୍ ଥାନା କୋଠାରେ ଏହି ଥାନା ଆରମ୍ଭ ହୋଇଥିବା ବେଳେ ଧୀରେନ୍ଦ୍ର ସ୍ବାଇଁଙ୍କୁ ଥାନାଧିକାରୀ ଦାୟିତ୍ବ ଦିଆଯାଇଛି। ଅନ୍ୟପଟେ ସାଇବର୍ ଥାନାଟି ପୁରୁଣା କ୍ଷେତରାଜପୁର ଥାନା କୋଠାକୁ ସ୍ଥାନାନ୍ତର ହୋଇ ସେଠାରେ କାର୍ଯ୍ୟକ୍ଷମ ଅଛି। ଅଇଁଠାପାଲି ଥାନାର ଅଧା ଅଂଶକୁ ନେଇ ଏହି ଥାନା ଆରମ୍ଭ ହୋଇଛି। ଉଦ୍ଘାଟନୀ ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ଏସ୍ପି ବି. ଗଙ୍ଗାଧରଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।