-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||     

HOME   ବାଣିଜ୍ୟ

ବିନା ମାଟି ଓ ସ୍ୱଳ୍ପ ଆଲୋକ ପାଣିରେ ସବୁ ଋତୁରେ ଚାଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୁବ ଚାଷୀ ସଞ୍ଜୟ

04-Dec-2020



(ପ୍ରେରଣା ଖବର)  ରେମୁଣା: ବିନା ମାଟି, ସାର, କୀଟନାଶକ ଓ ସ୍ୱଳ୍ପ ଆଲୋକ, ପାଣିରେ ସବୁ ଋତୁରେ ଚାଷ। ଏହା ସମ୍ଭବ କରିପାରିଛନ୍ତି ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ କାକବୋରାଇ ଗାଁର ସଞ୍ଜୟ ଦାସ। ସେ ଇଲେକଟ୍ରିକାଲ ଇଞ୍ଜିିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ ବି ଚାକିରି ପଛରେ ନ ଗୋଡ଼ାଇ ଚାଷରୁ ରୋଜଗାରର ବାଟ ପାଇଛନ୍ତି। ଉକ୍ତ ଗାଁର କାର୍ତିକ ଦାସଙ୍କ ପୁଅ ସଞ୍ଜୟ (୨୨)। ପ୍ରଥମେ କୁଣ୍ଡ ମାଛ ଚାଷ କରିଥିଲେ। ପରେ ନିଜର ବନ୍ୟା ପ୍ଲାବିତ ଅଞ୍ଚଳରେ କିପରି ସବୁ ଋତୁରେ ପନିପରିବା ଚାଷ ହୋଇପାରିବ, ସେଥି ନେଇ ଉଦ୍ୟମ କଲେ। ତାଙ୍କ ଗାଁ ବଡ଼ପାଳ ପଞ୍ଚାୟତର କାକବୋରାଇ ଗାଁ ଏକ ବନ୍ୟାପ୍ଳାବିତ ଅଞ୍ଚଳ। ପଟୁ ମାଟି ପାଇଁ ସେଠାକାର ମାଟି ମଧ୍ୟ ବେଶ ଉର୍ବର। ବର୍ଷରେ ଥରେ ନିଶ୍ଚୟ ବନ୍ୟା ହୁଏ। ଆଉ ବନ୍ୟା ହେଲେ ଚାଷ ବୁଡ଼ିଯିବା, ନଷ୍ଟ ହେବା ମଧ୍ୟ ନିଶ୍ଚିତ। ଏହାକୁ ଲକ୍ଷ୍ୟ କରି ସବୁ ଋତୁରେ କିପରି ପନିପରିବା ଉତ୍ପାଦନ କରାଯାଇପାରିବ, ସେ ଦିଗରେ ସଞ୍ଜୟ ମନ ବଳାଇଲେ। ୟୁ ଟ୍ୟୁବ ମାଧ୍ୟମରେ ସେହି ପ୍ରକାର ଚାଷ ସମ୍ପର୍କରେ ଅବଗତ ହେଲେ। ବିହାର ଓ ଉତ୍ତର ପ୍ରଦେଶ ଯାଇ ତାଲିମ ଗ୍ରହଣ କଲେ। ଘରକୁ ଫେରି ସେ ନୂତନ ପ୍ରଣାଳୀରେ ଚାଷ ପାଇଁ ଆବଶ୍ୟକ ଉପକରଣ; ବାଉଁଶ, ପ୍ଲାଷ୍ଟିକ ପାଇପ, ପାଣି ଉଠା ମୋଟର, ଗ୍ରିନ ନେଟ, ନଡ଼ିଆ କତାର ଗୁଣ୍ଡ,ଗଛ ଲଗାଇବା ପାଇଁ ଗ୍ଲାସ ଆକୃତିର ପାତ୍ର ଏବଂ ମଞ୍ଜି ସଂଗ୍ରହ କଲେ।ସଞ୍ଜୟ ଆପଣେଇଥିବା ଆଧୁନିକ ଚାଷ ପ୍ରଣାଳୀରେ ମାଟି ଉପରୁ ୨ ଫୁଟ ଉଚ୍ଚରେ ଭାଡ଼ି କରାଯାଏ। ତା’ଉପରେ ୪ ଇଞ୍ଚିଆ ପ୍ଲାଷ୍ଟିକ ପାଇପ ବନ୍ଧାଯାଏ। ପାଇପରେ ଗୋଟିଏ ପାଖ କଣା କରାଯାଏ। ତା’ ଭିତରେ ଗ୍ଲାସ ଆକୃତିର କଣା ଥିବା ପାତ୍ରରେ ମାଟି ବଦଳରେ ନଡ଼ିଆ କତା ଗୁଣ୍ଡ ସହ ଜୈବିକ ପଦ୍ଧତିରେ ପ୍ରସ୍ତୁତ କମ୍ପୋଷ୍ଟ ରଖାଯାଏ। ସେଥିଲେ ଚାରା ଗଛ ଲଗାଇ ସେହି କଣାରେ ରଖିଦିଆଯାଏ। ପାତ୍ରର ତଳ ପଟେ ଏକ ଛିଡ଼ା କନା ଲଗାଯାଏ, ଯାହା ପାଇପ ମଧ୍ୟରୁ ଗଛ ପାଇଁ ପାଣି ସଂଗ୍ରହ କରିବାରେ ସାହାଯ୍ୟ କରିଥାଏ। ଗଛଗୁଡ଼ିକ ବଢ଼ିଲେ ଉପରେ ବନ୍ଧା ଯାଇଥିବା ସୂତାରେ ମଡ଼ାଇ ଦିଆଯାଏ। ଫଳରେ ଗଛଗୁଡ଼ିକ ତଳକୁ ଲାଗି ନ ଥାଏ। ମାଟିରେ ପଡ଼ି ପନିପରିବାରେ ପୋକ ଲାଗି ନ ଥାଏ ବା ନଷ୍ଟ ହୋଇ ନ ଥାଏ। ଚାଷରେ କୀଟନାଶକ ଭାବେ ନିମ୍ବ ତେଲ ମିଶ୍ରିତ ପାଣି ଦେଇ ଗଛ ଉପରେ ସିଞ୍ଚନ କରାଯାଏ। ଏହି ପ୍ରଣାଳୀରେ ସଞ୍ଜୟ କଲରା, କାକୁଡ଼ି, ବିଲାତି, କ୍ୟାପସିକମ ଆଦି ଗଛ ଲଗାଇଛନ୍ତି। ସମ୍ପୂର୍ଣ୍ଣ ଚାଷ କରାଯାଇଥିବା ଅଞ୍ଚଳକୁ ଗ୍ରୀ ନ ନେଟ ଦ୍ୱାରା ଢାଙ୍କି ଦିଆଯାଇଛି, ଯେପରି ପ୍ରଖର ସୂର୍ଯ୍ୟାଲୋକ ଗଛ ଉପରେ ପଡ଼ିବ ନାହିଁ। ସେହିପରି ଗଛ ପାଇଁ ବ୍ୟବହୃତ ପାଣି ପାଇପ ଦେଇ ଏକ କୁଣ୍ଡରେ ପଡ଼େ। କୁଣ୍ଡରୁ ପାଣି ଉଠା ମେସିନ ସାହାଯ୍ୟରେ ପୁନଃ ପାଇପରେ ପଶି କାମରେ ଲାଗି ପାରୁଛି। ଜଳଚକ୍ର ସଦୃଶ ହୋଇଥିବାରୁ ପାଣି ନଷ୍ଟ ନ ହୋଇ କମ ପାଣିରେ ମଧ୍ୟ ଚାଷ କାମ ହୋଇପାରିବ। କେବଳ ପନିପରିବାର ଚାଷ ଏହି ପ୍ରଣାଳୀରେ ସବୁ ସମୟରେ ହୋଇପାରିବ ବୋଲି ସଞ୍ଜୟ କହିଛନ୍ତି। ସଞ୍ଜୟଙ୍କର ଏଭଳି ପ୍ରଣାଳୀରେ ଚାଷ ଦେଖିବା ପରେ ଅନେକ ଲୋକ ସେ ପ୍ରକାର ଚାଷ ପ୍ରତି ଆଗ୍ରହୀ ହୋଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026

You Might Also Like