-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
09-Jan-2023
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ବେଲପଡା ନବୋଦୟ ବିଦ୍ୟାଳୟରେ କଳା ଶିକ୍ଷୟୀତ୍ରୀ ଥିବା ଡ.କ୍ଷମା ଦ୍ୱିବେଦୀଙ୍କୁ ନୂଆଦିଲ୍ଲୀ ଠାରେ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତରତ୍ନ ପଣ୍ଡିତ ମଦନମୋହନ ମାଲବିୟ କେବଲସଚ୍ ସମ୍ମାନରେ ସମ୍ମାନୀତ କରାଯାଇଥିବା ଜଣାଯାଇଛି । ଚିତ୍ରକଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । ମିଡିଆ ଅରଗାନାଇଜେସନ କେବଲ ସଚ୍ଗ୍ରୁପ ତରଫରୁ ନୂଆଦିଲ୍ଲୀର କଣ୍ଟିଚ୍ୟୁସନ କ୍ଲବ ଅପ ଇଣ୍ଡିଆର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ଭାଜପାର ଜାତୀୟ ପ୍ରବକ୍ତା ଡ.ସୁଧାଂଶୁ ତ୍ରୀବେଦୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଡ.ଦ୍ୱିବେଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସମ୍ମାନୀତ ଅତିଥି ଭାବରେ ବିହାର ରାଜ୍ୟ ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମୀର କୁମାର ମହାସେଠ, ଭାଜପାର ନେସନାଲ ମିଡିଆ ଇନଚାର୍ଜ ତଥା ବିହାରର ବିଧାୟକ ସଂଜୟ ମାୟୁଖ, ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କପିଲ ମିଶ୍ର ଯୋଗଦେଇଥିଲେ । ଡ.ଦ୍ୱିବେଦୀ ଉତ୍ତରପ୍ରଦେଶ ରାଜ୍ୟର ଅୟୋଧ୍ୟାର ମୂଳନିବାସୀ ହୋଇଥିବା ବେଳେ ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲା ନବୋଦୟ ବିଦ୍ୟାଳୟରେ କଳାଶିକ୍ଷୟୀତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ସେ ଲକ୍ଷେ୍ନା ଆର୍ଟକଲେଜରୁ ସ୍ନାତକ, ବମ୍ବେ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ଛତିଶଗଡ ଖଇରାଗଡ ଇନ୍ଦିରା କଳାସଂଗୀତ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରି ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇସାରିଛନ୍ତି ।