-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
09-Jan-2023
ସ୍ୱାମୀ ସାଜିଲା ସଇତାନ l ବାପା ଘରୁ ଟଙ୍କା ନଆଣିବାରୁ ପିଟି ପିଟି ମାରିଦେଲା ସ୍ୱାମୀ l ଆଜି ସକାଳୁ ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଧୋବାପଲ୍ଲୀ ଗ୍ରାମରୁ l
ଧୋବାପଲ୍ଲୀ ଗ୍ରାମର ରଞ୍ଜିତ ସ୍ୱାଇଁ ତିନି ବର୍ଷ ପୂର୍ବେ ମାମା ସ୍ୱାଇଁ ଙ୍କୁ ବିବାହ କରିଥିଲେ l ବିବାହ ପରଠାରୁ ରଞ୍ଜିତ ଶଶୁର ଘର ଲୋକଙ୍କୁ ଟଙ୍କା ମାଗୁଥିଲେ l ନଚେତ ମାମା ଙ୍କୁ ଜୀବନରେ ମାରୁଦେବା ର ଧମକ ଦେଉଥିଲେ l ତେବେ ଗତ ମାଘ ପୂର୍ଣ୍ଣମା ଦିନ ପରିବାର ଲୋକ ଆପସ ବୁଝାମଣା ପରେ ମାମା ଙ୍କୁ ରଞ୍ଜିତ ଙ୍କ ପାଖରେ ଛାଡିଥିବା ବେଳେ ଗତକାଲି ରାତିରେ ରଞ୍ଜିତ ମାମା ଙ୍କୁ ବାଡେଇ ବାଡେଇ ମାରିଦେଇଥିବା ଦେଖିବାକୁ ମିଳିଛି l ଘଟଣା ନେଇ ମାମା ଙ୍କ ପରିବାର ପକ୍ଷରୁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଥିବା ବେଳେପୋଲିସ ଖବର ପାଇ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି l ଏବଂ ଏହି ଘଟଣା ରେ ଅଭିଯୁକ୍ତ ସ୍ୱାମୀ, ଶାଶୁ, ନଣନ୍ଦ ଙ୍କୁ ଅଟକ ରଖିଥିବା ସୂଚନା ମିଳିଛି l
(ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ)