-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Jan-2023
ସମ୍ବଲପୁର(ସଂଜୀବ ପାଣିଗ୍ରାହୀ)
ସ୍ଥାନୀୟ ସରକାରୀ ମହିଳା କଲେଜରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀର ଓଡ଼ିଶା ପ୍ରାନ୍ତ ଆନୁକୂଲ୍ୟରେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଅମୃତ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I କଲେଜ ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରର ଉପସଭାପତି ହନୁମନ୍ତ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ I ମୁଖ୍ୟଅତିଥି ଶ୍ରୀ ରାଓ ସଫଳ ତଥା ସାର୍ଥକ ଜୀବନ ଉପରେ ମତାମତ ରଖିଥିଲେ I କେନ୍ଦ୍ରର ପ୍ରାନ୍ତ ସଙ୍ଗଠକ ରବି ନାଇଡୁ ଅମୃତ ମହୋତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖି ଦେଶ ଗଠନ ପାଇଁ ଅତି କମରେ ସପ୍ତାହରେ ୨ଘଣ୍ଟା ଦେବା ପାଇଁ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଫେସର ଉମାଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା କ୍ଵିଜ ପ୍ରତିଯୋଗିତାର ସଫଳ ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ଉତ୍ସବରେ ଶତାଧିକ ଛାତ୍ରୀ ତଥା ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ।