-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
08-Jan-2023
ପଦ୍ମପୁର- (ପ୍ରେରଣା ଖବର)
ପଦ୍ମପୁର ବ୍ଲକ ଖଇରପାଲି ଠାରେ ରାଜ୍ଯ ସ୍ତରୀୟ ଦଶମ ଗୋଳଡେନ ଷ୍ଟାର କ୍ରିକେଟ କପ ଦ୍ଵିତୀୟ ଦିନ ତିନି ଗୋଟି ମ୍ୟାଚ୍ ଖେଳା ଯାଇଥିଲା । ପ୍ରଥମ ମ୍ୟାଚ୍ ପଦ୍ମପୁର ଦଳ ସରାଇପାଳି ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍ ବରଗଡ ଦଳ କଳାହାଣ୍ଡି ଦଳକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଥିଲେ । କ୍ୱାଟର ଫାଇନାଳର ମ୍ୟାଚ୍ରେ ପଦ୍ମପୁର ଦଳ ବରଗଡ ଦଲକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଥିଲା । ମ୍ୟାଚ୍ ଶେଷରେ ବିଜେଡି ରାଜ୍ୟ ସମ୍ପାଦକ ରାଜୁ ଘିବେଲା ଯୋଗ ଦେଇ ପଦ୍ମପୁର ଦଳର ସଚିନ ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍ରେ ମିଟୁ, ସୁନୀଲ, ବୁଦ୍ଧଦେବ ପ୍ରମୁଖ ଧାରା ବିବରଣୀ କରିଥିବା ବେଳେ ରାଜୀବ, ଅନ୍ତର୍ଯ୍ୟାମୀ, ଦିଲ୍ଲିପ, ମ୍ୟାଚ ପରିଚାଳନା କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଝସ, ଉମେଶ, ଅର୍ଜୁନ, ସନ୍ତୋଷ, ପିଣ୍ଟୁ, ବିକାଶ,ସୁଜିତ୍,ଜଗନ୍ନାଥ ଦେବ ପ୍ରମୁଖ ସହଯୋଗ କରିଥିଲେ ।