-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Jan-2023
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)
ବରଗଡ ଧନୁଯାତ୍ରାର ଅନ୍ତିମ ଦିବସରେ ଖବର ସଂଗ୍ରହ ପାଇଁ ଯାଇଥିବା ଦୈନିକ ସମ୍ବାଦପତ୍ର ‘ସକାଳ’ର ପ୍ରତିନିଧି କର୍ତ୍ତବ୍ୟରତ ସାମ୍ବାଦିକ ବଦ୍ରି ପ୍ରସାଦ ସାହୁଙ୍କୁ ପୋଲିସର ଆକ୍ରମଣ ଘଟଣାକୁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପ୍ରତି ପୋଲିସର ଆକ୍ରମଣ ନିନ୍ଦନୀୟ I ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନିମନ୍ତେ ସରକାରଙ୍କୁ ବାରମ୍ବାର ଦାବି କରିବା ସତ୍ୱେ ସରକାର ଏ ଦିଗରେ କାର୍ଯ୍ୟ ନ କରିବା ପରୀତାପର ବିଷୟ ଅଟେ I ସାମ୍ବାଦିକଙ୍କୁ ଆକ୍ରମଣକୁ ନିନ୍ଦା କରିବା ସହିତ ସରକାର ତୁରନ୍ତ ସାମ୍ବାଦିକ ଆଇନ ପ୍ରଣୟନ କରନ୍ତୁ ବୋଲି ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖାର ସଭାପତି ହିମାଂଶୁ ଶେଖର ମିଶ୍ର, ଉପ ସଭାପତି ସୁକାନ୍ତ କର ଏବଂ ସାଧାରଣ ସମ୍ପାଦକ ସରୋଜ ସାହୁ ଏକ ପ୍ରେସ୍ ବିବୃତି ମାଧ୍ୟମରେ ପ୍ରକାଶ କରିଛନ୍ତି I