-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Jan-2023
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ)ଓଡିଶା ସରକାର ଆଗାମୀ ଚାରି ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପ୍ରଫେସର ବିଦୁ ଭୂଷଣ ମିଶ୍ରଙ୍କୁ ନିଯୁକ୍ତ କରିଛନ୍ତି I ପ୍ରଫେସର ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗରୁ ପ୍ରଫେସର ଭାବରେ ଅବସର ନେଇଛନ୍ତି I ସେ ୯ ଟି ପୁସ୍ତକ ରଚନା କରିଛନ୍ତି ଏବଂ ୧୨୨ ଟି ଖ୍ୟାତନାମା ପତ୍ରିକାରେ ଲେଖା ପ୍ରକାଶ ପାଇବା ଯୋଗଦାନ ରହିଛି I ଏକାଡେମିକ୍ସ କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କ ଦୀର୍ଘ ୩୪ ବର୍ଷର ଅଭିଜ୍ଞତା ରହିଛି I ତେବେ ବିଭିନ୍ନ ବିବାଦରେ ଛନ୍ଦି ହୋଇ ରହିଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିଚାଳନା ତାଙ୍କ ପାଇଁ ଚ୍ୟଲେଞ ହେବା ନେଇ ପ୍ରଶ୍ନ କରିବାରୁ ସମସ୍ତଙ୍କ ସହଯୋଗ ନେଇ ବିଶ୍ୱ ବିଦ୍ୟାଳୟକୁ ଆମେ ଆଗେଇ ନେଇ ପାରିବା ବୋଲି ତାଙ୍କ ପ୍ରତିକ୍ରିୟାରେ "ଭୂମି ଏକ୍ସପ୍ରେସ" କୁ କହିଛନ୍ତି I