-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
04-Jan-2023
ବରଗଡ଼ : ଇମ୍ପରିୟଲ କଲେଜ ପକ୍ଷରୁ ଧନୁଯାତ୍ରାର ବିଭିନ୍ନ ସୂଚନା ପାଇଁ ଉଦଘାଟିିତ ହୋଇଥିବା ଆପ୍ସ ର ପୁରସ୍କାର ବିତରଣ ଉତ୍ସବ ପ୍ରତିଦିନ ଜାରି ରହିଛି । ଇମ୍ପରିୟଲ କଲେଜ ପରିସରରେ ପହଂଚି ପୁରସ୍କୃତ ହୋଇଥିବା ବ୍ୟକ୍ତି ପୁରସ୍କାର ଗ୍ରହଣ କରୁଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ଆପ୍ସରେ ଡାଉନଲୋଡ କରିଥିବା ଲୋକଙ୍କ ପାଇଁ ଲକି ଆପ୍ସ ଡାଉନଲୋଡର , ଭାଗ୍ୟଶାଳୀ ପ୍ରଜା , କଂସ ମହାରାଜ ଶିକ୍ଷା ପ୍ରୋତ୍ସାହନ ଯୋଜନା ପୁରସ୍କାର ରହିଛି । ଏହାଛଡା ଶେଷ ଦିବସରେ କଂସ ବଧ ଦୃଶ୍ୟ ଅଭିନୟ ହେଲା ପରେ ‘କଂସ ରଜାର ବଂଶ ବୁଡୁ , କଂସ ମଲେ ଖାଏମା ଲଡୁ’ ସ୍ଲୋଗାନକୁ ଚରିତାର୍ଥ କରିବା ପାଇଁ ୭୫ ଜଣ ଲକି ବିଜେତାଙ୍କୁ ଲଡୁ ବଣ୍ଟନ କରାଯିବ । ଏହି ଆପ୍ସକୁ ବର୍ତମାନ ସୁଦ୍ଧା ହଜାର ହଜାର ଲୋକ ଡାଉନଲୋଡ କରିସାରିଥିବା ବେଳେ ୩୦୯ ଜଣ ଏହାକୁ ରିଭ୍ୟୁ କରି ସାରିଲାଣି । ଏହାଛଡା ଗୁଗୁଲ ପ୍ଳେ ଷ୍ଟୋରରେ ଏହାର ୫ ରୁ ୪.୯ ରେଟିଂ ଚାଲୁଛି ।