-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
02-Jan-2023
ସୋନପୁର // ଆଜି ଭୀମ ଭୋଇ କଳା ମଣ୍ଡପରେ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ : ନୃତ୍ୟ ଗୁରୁ ମାନଂକର ଅବଦାନ ଉପରେ ଏକ ରାଷ୍ଟ୍ରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ଚୌଧୁରୀ ବିଭାରଙ୍କ ସଂଯୋଜନା ରେ ମୁଖ୍ୟ ଆଲୋଚକ ଭାବରେ ନାଟ୍ୟଶ୍ରୀ ଗଦାଧର ବାରିକ ଏକ୍ସନ ଏଡ଼ ର ସଂଯୋଜକ ଘାସିରାମ ପଣ୍ଡା, ଅଭିନେତା ପ୍ରଦୁମ୍ନ ସାହୁ, ନୃତ୍ୟ ଶିଳ୍ପୀ ସ୍ମୁତିଶିଖା ମହାପାତ୍ର ଯୋଗ ଦେଇ ଲୋକ ନୃତ୍ୟ ହେଉଛି ଯୋଗ ର ସ୍ରଷ୍ଠା l ଏ ସାଧନା ରେ କଳା ବଞ୍ଚିରହେ, ମନ ଓ ଶରୀର ସୁସ୍ଥ ରହେ ବୋଲି ମତ ରଖି ଏ କଳା ହେଉଛି ସର୍ବ ପୁରାତନ ବୋଲି କହି ଥିଲେ l ପ୍ରଥମେ ସଭାପତି ଲଡ଼ୁକିଶୋର ମଲ୍ଲିକ ସ୍ୱାଗତ ଭାଷଣ ରଖିଥିଲେ l ଶ୍ରୀ ବିଭାର ଧନ୍ୟବାଦ ଦେଇଥିଲେ l ପୃଥ୍ୱୀରାଜ ବାଗ, ସନ୍ତୋଷ ପାଢ଼ୀ, ଅମିତ ସାହୁ, ସୁଶାନ୍ତ ସାହୁ, ସନ୍ତୋଷ ମିଶ୍ର, ରୋହନ ସାହୁ ସହଯୋଗ କରିଥିଲେ l