-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
14-Dec-2022
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ଉପଖଣ୍ଡ ବେଲପଡା ସରକାରୀ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରାତଃ ଘ ୭:୩୦ ମିନିଟ୍ ରେ ପ୍ରତିଯୋଗୀତା ର ଶୁଭାରମ୍ଭ କରାଯାଇଥିଲା l
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ବିଶ୍ବାମ୍ବର ବୁଡେକ ପତାକା ଉତ୍ତୋଳନ କରି କ୍ରିଡ଼ାରମ୍ଭ କରିଥିଲେ। କୁମାରୀ କ୍ରିଷ୍ଣା ପାତ୍ର ଶପଥ ପାଠ ଗ୍ରହଣ କରିଥିବା ବେଳେ ଅଶୋକ କୁମାର ପଣ୍ଡା (କ୍ରୀଡ଼ା ଶିକ୍ଷକ) କ୍ରିଡ଼ା ର ପରିଚାଳନା କରିଥିଲେ। ସେହିପରି ବିଦ୍ୟାଳୟର ଅନ୍ୟ ଶିକ୍ଷକ ତାପସ କୁମାର କୁଅଁର,ରୀତା ମେହେର, ଅର୍ଣ୍ଣପୂର୍ଣ୍ଣା ଆଚାର୍ଯ୍ୟ, ସ୍ପନ୍ଦନ ଯୋଶୀ, ରାକେଶ ରାଉତ ଉପସ୍ଥିତ ରହି କାର୍ଯ୍ୟ ରେ ସହଯୋଗ କରିଥିଲେ।