-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
10-Dec-2022
ବରଗଡ଼ (ସଂଜୀବ ପାଣିଗ୍ରାହୀ)
ଧନୁଯାତ୍ରା ମହୋତ୍ସବ ରେ ବଳରାମ ଭୂମିକା ର ଶିଶୁ କଳାକାର ଶ୍ରେୟା°ଶ ପୂଜାରୀ (୧୨)ଙ୍କ ଆଜି ଅକାଳ ବିୟୋଗ ହୋଇଛି। ଆଜି ସେ ଘରେ ଖେଳୁଥିବା ସମୟରେ ହଠାତ୍ ଚେତ ହରାଇ ତଳେ ପଡି ଯାଇଥିଲେ। ପରିବାର ଲୋକେ ସଂଗେ ସଂଗେ ବରଗଡ଼ ଡାକ୍ତରଖାନାରକୁ ନେବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ରେ ବରଗଡ଼ ଅଞ୍ଚଳରେ ବିଶେଷ କରି ଧନୁଯାତ୍ରା କଳାକାର ସହରରେ ଶୋକ ର ଛାୟା ଖେଳିଯାଇଛି। ଆସନ୍ତା ଡ଼ିସେମ୍ବର ୨୭ ତାରିଖରୁ ହେବାକୁ ଥିବା ଧନୁଯାତ୍ରା ମହୋତ୍ସବ ରେ ବଳରାମ ଭୂମିକାରେ ଅଭିନୟ ପାଇଁ କିଛି ଦିନ ହେବ ସାଥି ଶିଶୁ କଳାକାର ଙ୍କ ସହ ଅମ୍ବାପାଲି ଆଖାଡାରେ ହସଖୁସିରେ ରିହାରସିଆଲ କରୁଥିଲେ।