-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
10-Dec-2022
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର ଜିଲ୍ଲା ଗୋଶାଳା ଅନ୍ତର୍ଗତ ରାୟ ଢ଼ାବାରେ ନିଜ ପୁଅର ଜନ୍ମଦିନ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ବର୍ତମାନ ସମୟରେ ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଯାଉଛି I ଏହି ରକ୍ତଭାବ ଦୂର କରିବାକୁ ଏକ ଛୋଟ ପ୍ରୟାସ କରାଯାଇଛି I ରାୟ ଢ଼ାବା ମାଲିକ ଶୁକଚେନ ସିଂ, ତାଙ୍କ ଧର୍ମ ପତ୍ନୀ ପୁଷ୍ପା ବେଦି ଓ ଆଦି ନନ୍ଦଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ଵେଛାକୃତ ରକ୍ତଦାନ ଶିବିରରେ ସମୁଦାୟ ୧୨୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା I ମୁଖ୍ୟ ଅତିଥି ଭାବରେ ସମାଜସେବୀ ତଥା ପୂର୍ବତନ ଉପ ନଗରପାଲ ସିଦ୍ଧାର୍ଥ ସାହା ଓ ଆମର୍ଜିତ କୌର ଫିତା କାଟି ଶିବିରକୁ ଶୁଭାରମ୍ବ କରିଥିଲେ I ବୁର୍ଲା ରକ୍ତଭଣ୍ଡାରର ଡ଼ା. ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ ଓ କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ I ଜନ୍ମଦିନ ଉପଲକ୍ଷେ ୨୨ ବର୍ଷୀୟ ତରୁଣ ସିଂ ସମେତ ପରିବାର ସମସ୍ତ ସଦସ୍ୟ ରକ୍ତଦାନ କରିଥିଲେ I ଢ଼ାବା ମାଳିକଙ୍କ ଏହି ପ୍ରୟାସକୁ ସବୁ ମହଲରୁ ପ୍ରଶଂସା କରାଯାଇଛି I ଏହି ଶିବିରରେ ଗୋଶାଳା ଫାଣ୍ଡି ଅଧିକାରୀ ଲକ୍ଷ୍ମଣ ରଥ,ସମାଜସେବୀ ଶିବ ପ୍ରଧାନ,ନିଖିଳ ବେଦି, ଭୋଲି ଶର୍ମା, ସରୋଜ ସେଟ, ପରବେଜ ଖାନ, ପପୁ ସିଂ, ବବଳେ ସିଂ, ରାମ କୁମାର ବାବୁ,ପ୍ରଶାନ୍ତ ପଟେଲ , ମନୋଜ ସାହୁ,ଆଦି ନନ୍ଦ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ I