-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
10-Dec-2022
ଜମନକିରା (ସଂଜୀବ ପାଣିଗ୍ରାହୀ )
ଭୋଜପୁର ସ୍ଥିତ ବିଆରଜି କଲେଜ ସଭାଗୃହ ଠାରେ ପ୍ରତିଭା ବିକାଶ ଅଭିଯାନ ଓ କଲେଜ ପକ୍ଷରୁ ଶୁକ୍ରବାର ବିଶ୍ୱ ଦୁର୍ନୀତି ନିବାରଣ ଦିବସ ପାଳିତ ହୋଇଯାଇଛି I କଲେଜର ଅଧ୍ୟକ୍ଷ ପ୍ରତାପ କୁମାର ମହାକୁଲଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ଲୋଭ,ମୋହ ଏବଂ ଦୁର୍ନୀତିରୁ ଦୂରେଇ ରହି ସୁନାଗରିକ ହେବାକୁ ଆହ୍ବାନ ଦେଇଥିଲେ I ଏଥିସହ ସେ କଲେଜର ଛାତ୍ରୀ, ଛାତ୍ର, ଅଧ୍ୟାପକ ତଥା କର୍ମଚାରୀଙ୍କୁ ଦୁର୍ନୀତି ନ କରିବା ଓ ଦୁର୍ନୀତି କରୁଥିବା ଲୋକଙ୍କୁ ଧରେଇ ଦେବାକୁ ଶପଥ କରାଇଥିଲେ। ପ୍ରଥମରେ ଅଧ୍ୟାପକ ତପନ କୁମାର ଜୟପୂରିଆ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ସହିତ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରତିଭା ବିକାଶ ଅଭିଯାନର ସଂଯୋଜକ ସଲିମ ମହାକୁଲ ଅଭିଯାନର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ ଅଧ୍ୟାପକ ଘାସିରାମ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।