-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
07-Dec-2022
ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
: ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମ୍ୟୁ) ସେମିଷ୍ଟର୍ ଫି’କୁ ନେଇ ଛାତ୍ରଛାତ୍ରୀମାନେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ I ପ୍ରଥମ, ତୃତୀୟ ଓ ପଞ୍ଚମ ସେମିଷ୍ଟର୍ ଫର୍ମ ଫିଲ୍ଅପ୍ ପାଇଁ ନୋଟିସ୍ ବାହାରିବା ପରେ ଛାତ୍ରଛାତ୍ରୀମାନେ ଫି’କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି I ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଅନ୍ୟ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ସମସ୍ତ ବିଷୟ ପାଇଁ ଯେତିକି ଟଙ୍କା ନିଆଯାଉଛି, ଜିଏମ୍ୟୁରେ ପ୍ରତି ବିଷୟ ପାଇଁ ପାଖାପାଖି ସେତିକି ଟଙ୍କା ନିଆଯାଉଛି। ପ୍ରତି ବିଷୟ ପାଇଁ ୨୦୦ ଟଙ୍କା ରଖାଯାଇଛି। ସେଭଳି ସେଲ୍ଫ ଫାଇନାନ୍ସିଂର ପ୍ରତି ବିଷୟ ପାଇଁ ୨୫୦ ଟଙ୍କା ରଖାଯାଇଛି ଡିସେମ୍ବର ୭ ତାରିଖରୁ ଡିସେମ୍ବର ୯ ତାରିଖ ମଧ୍ୟରେ ଟଙ୍କା ଜମା କରିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫର୍ମ ପୂରଣ ଫି’ ହ୍ରାସ୍ କରିବାକୁ ଦାବିପତ୍ର ଦେଇଥିଲେ I କୁଳପତି ନଥିବାରୁ ଉପ କୁଳସଚିବ ଡ. ଉମାଚରଣ ପତିଙ୍କୁ ଛାତ୍ରଛାତ୍ରୀମାନେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ଦିଆଯିବା ପରେ ଫର୍ମ ପୂରଣ ତାରିଖ ଘୁଞ୍ଚାଇ ଆସନ୍ତା ଡିସେମ୍ବର ୧୩ ତାରିଖରୁ ୧୫ ତାରିଖ ମଧ୍ୟରେ ରଖାଯାଇଛି। କୁଳପତିଙ୍କ ସହ ଆଲୋଚନା କରାଯିବା ପରେ ଫି’ ଉପରେ ନିଷ୍ପତ୍ତି ନିଆଯିବ ବୋଲି କୁଳସଚିବ କହିଛନ୍ତି ।