-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||     

HOME   ରାଜ୍ୟ

ବିଡିସିସି ବ୍ୟାଙ୍କ ସଭାପତି ନିର୍ବାଚନ,ଯୁବନେତାଙ୍କ କଳାକାରନାମାକୁ ନେଇ ଚର୍ଚ୍ଚା ବିଜେଡିରେ ବେଇମାନ କିଏ?

07-Dec-2022



ବଲାଙ୍ଗିର -ବଲାଙ୍ଗୀର ଜିଲ୍ଲା କେନ୍ଦ୍ରସମବାୟ ବ୍ୟାଙ୍କ ନିର୍ବାଚନ ସରିଯାଇଛି । ଗତଥର ଭଲି ଚଳିତ ନିର୍ବାଚନରେ ମଧ୍ୟ ଶାସକ ବିଜେଡିଦଳ ଧୂଳି ଚାଟିଛି । ଯଦିଓ ନିର୍ଦ୍ଦେଶକ ନିର୍ବାଚନରେ ୧୫ଟି ଆସନରୁ ୧୩ଟି ପଦବୀ ଶାସକ ବିଜେଡିଦଳର ସମର୍ଥକ ଜିଣିଛନ୍ତି । କିନ୍ତୁ ସଭାପତି ପଦ ନିର୍ବାଚନ ବେଳେ କିଛି ନିର୍ଦ୍ଦେଶକଙ୍କ (କ୍ରସଭୋଟିଂ)ବେଇମାନି କାରଣରୁ ଶାସକଦଳକୁ ଧୂଳି ଚାଟିବାକୁ ପଡିଛି । ତେବେ ସଭାପତି ଚୟନରେ ପାତରଅନ୍ତର ନେଇ ଦଳରେ ଅସନ୍ତୋଷ ଦେଖାଦେଇଥିଲା ଓ ଶେଷରେ ଏହା ହିଁ ଶାସକଦଳକୁ ଘାତକ ସାଜିଲା । କିଛିନେତାଙ୍କ ମନମାନି କାରଣରୁ ଦଳକୁ ପରାଜୟ ହେବାକୁ ପଡିଲା । ଏହି ନିର୍ବାଚନରେ ମାତ୍ର ଦୁଇଟି ନିର୍ଦ୍ଦେଶକ  ରଖିଥିବା ନରସିଂହ ମିଶ୍ରଙ୍କ ଭାଇପୁଅ ସ୍ମାରକ ମିଶ୍ର(ଟିଟୁ) ଆଉ ୬ଜଣ ନିର୍ଦ୍ଦେଶକଙ୍କ ସମର୍ଥନ ଯୋଗାଡ କରି ୮ଟି ଭୋଟ ପାଇ ସଭାପତି ହୋଇଛନ୍ତି । ଶାସକ ବିଜେଡିଦଳର ୧୩ଜଣ ନିର୍ଦ୍ଦେଶକ ଥାଇ ମାତ୍ର ୨ଜଣ ନିର୍ଦ୍ଦେଶକ ଥିବା ପ୍ରାର୍ଥୀଙ୍କ ଠାରୁ ହାରିବା ଘଟଣାକୁ ବହୁଲୋକ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଚଳିତଥର ଶାସକଦଳର ଅନେକ ଦକ୍ଷ ନିର୍ଦ୍ଦେଶକ ରହିଥିଲେ । ପ୍ରାୟ ୩ରୁ ୪ଜଣ ନିର୍ଦ୍ଦେଶକ ସଭାପତି ପଦ ପାଇଁ ଆଶାୟୀ ରହିଥିଲେ । କିନ୍ତୁ ସେମାନଙ୍କୁ ସମସ୍ତଙ୍କୁ ଅଣଦେଖା କରି କୁଆଡେ ଅର୍ଥମନ୍ତ୍ରୀ ନିରଂଜନ ପୂଜାହାରୀ ଜଣେ କମପଢା ମହିଳା ପଦ୍ମାବତି ପାତ୍ରଙ୍କୁ ବ୍ୟାଙ୍କ ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଚୟନ କରିଥିଲେ । ବର୍ଷକୁ ୧୨୦୦କୋଟି ଟଙ୍କାର ବ୍ୟବସାୟ କରୁଥିବା ବିଡିସିସି ବ୍ୟାଙ୍କରେ ଜଣେ କମପଢା ମହିଳା ସଭାପତି ହେବେ ଏହାକୁ ଅନେକନେତା ଗ୍ରହଣ କରିପାରୁନଥିଲେ । ଶେଷରେ ଏଭଳି ଅବସ୍ଥା ହେଲା ଯେ,ବଲାଙ୍ଗୀର ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ବିଧାୟକ ସୁଶାନ୍ତ ସିଂଙ୍କ ଅନୁଗତ ଅକ୍ଷୟ ରାଉତ ବିଦ୍ରୋହୀ ପ୍ରାର୍ଥି ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ମୋଟ ଉପରେ ଶାସକଦଳର ଚୟନରେ ପଦ୍ମାବତି ପାତ୍ର ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେଡିର ବିଦ୍ରୋହୀ ପ୍ରାର୍ଥି ଭାବରେ ଅକ୍ଷୟ ରାଉତ ଓ କଂଗ୍ରେସ ସମର୍ଥିତ ସ୍ମାରକ ମିଶ୍ର ନାମାଙ୍କରପତ୍ର ଦାଖଲ କରିଥିଲେ । ସ୍ମାରକଙ୍କ ସହିତ ମାତ୍ର ଜଣେ ଚିନ୍ତାମଣୀ ଭୋଇ ପ୍ରସ୍ତାବକ ରହିଥିଲେ । ତାଙ୍କ ସମର୍ଥକ ଭାବରେ ବିଜେଡିଦଳର ଜିଣିଥିବା ଜଣେ ମହିଳା ନିର୍ଦ୍ଦେଶକ ରହିଥିଲେ । ଏହା ସହିତ ବିର୍ଦୋହୀ ପ୍ରାର୍ଥି ହୋଇଥିବା ଅକ୍ଷୟଙ୍କ ପ୍ରସ୍ତାବକ ଓ ସମର୍ଥକ ସୋନପୁର ଜିଲ୍ଲାର ବୀରମହାରାଜପୁର ଅଞ୍ଚଳରୁ ଆସିଥିବା ଦୁଇଜଣ ନିର୍ଦ୍ଦେଶକ ରହିଥିଲେ । ତେବେ ନାମାଙ୍କନ ପରେ ପରେ ଲବି ଆରମ୍ଭ ହୋଇଯାଇଥିଲା । ପ୍ରଥମେ ପ୍ରଥମେ ଅକ୍ଷୟଙ୍କ ପାଇଁ କୁଆଡେ ଶାସାକଦଳର ଜଣେ ଯୁବବିଜେଡିର ନେତା ଲବି ଆରମ୍ଭ କରିଥିଲେ । ସେ ଏବେ କୁଆଡେ ନିଜ ବସକୁ ଛାଡି ଭିନ୍ନ ଗୋଠରେ ଯୋଗଦେଲେଣି । ତେଣୁ ବାହାର ଜିଲ୍ଲାର ନେତାଙ୍କ ଇସାରାରେ ନିଜ ଜିଲ୍ଲାର ନେତାଙ୍କୁ ଧୋକାଦେବାକୁ ଅକ୍ଷୟ ପାଇଁ ନିର୍ଦ୍ଦେଶକମାନଙ୍କୁ ଲବି ଆରମ୍ଭ କରିଦେଲେ । ଶେଷରେ ସ୍ଥିତି ଏପରି ହେଲା ଯେ,ନିଜେ ଅକ୍ଷୟ କଂଗ୍ରେସ ସମର୍ôଥତ ସଭାପତି ପ୍ରାର୍ଥିଙ୍କ ସହିତ ଭିତିରି ବୁଝାମଣା କରିଦେଲେ । ତାଙ୍କ ହାତରେ ଥିବା ଦୁଇଜଣ  ନିର୍ଦ୍ଦେଶକଙ୍କୁ ସ୍ମାରକଙ୍କ ପାଖରେ ବିକ୍ରି କରିଦେଲେ । ଏହା ପରେ ପରେ ଶାସକଦଳର କ୍ୟାମ୍ପରେ ଥିବା ୯ଜଣ ନିର୍ଦ୍ଦେଶକ ନିର୍ଦ୍ଦେଶିକାଙ୍କ ମଧ୍ୟରୁ ସେହି ଯୁବନେତାଙ୍କ ଜରିଆରେ ଲବି କରି ବିରୋଧିଙ୍କୁ ୩ଜଣଙ୍କ ଭୋଟ କରାଇବାରେ ସଫଳ ହେଲେ । ଏହି ନିର୍ବାଚନରେ ପ୍ରାୟ ଜଣପିଚ୍ଛା ୩୦ଲକ୍ଷର କାରବାର ହୋଇଥିବା ଓ ଉକ୍ତ ଯୁବନେତା ଏଥିରୁ ଭଲ କମିଶନ ପାଇଥିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଦଳରେ ରହି ଦଳୀୟ ପଦ ପଦବୀ ହାତେଇ ଶେଷରେ ନିଜଦଳକୁ ଧୋକାଦେଇଥିବା ଯୁବନେତାଙ୍କୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି । ତେବେ ସବୁଠୁ ବେଶି ଚର୍ଚ୍ଚାରେ ରହିଛନ୍ତି ଅକ୍ଷୟ ରାଉତ । ସେ ପୂର୍ବରୁ ବିଜେଡିରେ ନଥିଲେ । ଜଣେ ଠିକଦାର ତଥା ବାଲି ବ୍ୟବସାୟୀ ଭାବରେ ଜଣାଶୁଣା ଥିଲେ । ସୁଶାନ୍ତ ସିଂ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ବେଳେ ଅକ୍ଷୟ ଓ ତାଙ୍କର କିଛି ସହଯୋଗୀ ପ୍ରଭାବଶାଳୀ ହୋଇଗଲେ । ଏପରିକି ପୁଇଁତଳା ବ୍ଲକ ଅଧ୍ୟକ୍ଷ ପଦରେ ସରୋଜଙ୍କୁ ବସାଇବାରେ ତାଙ୍କର ଭୂମିକା ରହିଥିଲା । ସେଥିପାଇଁ ଚଳିତଥର ନିଜେ ବ୍ୟାଙ୍କ ନିର୍ଦ୍ଦେଶକ ହୋଇ ସଭାପତି ପଦ ହାତେଇବାକୁ ଆଶା ରଖିଥିଲେ । ସୁଶାନ୍ତଙ୍କ ସୁପାରିଶରେ ନିର୍ଦ୍ଦେଶକ ପ୍ରାର୍ଥି ହେଲେ ଓ ଶେଷରେ ବିଜେଡିକୁ ଧୋକା ମଧ୍ୟ ଦେଇ ବିରୋଧି କ୍ୟାମ୍ପର ପ୍ରାର୍ଥିଙ୍କୁ ସଭାପତି ପଦରେ ଜିଣିବାରେ ସହାୟକ ହେଲେ । ଏବେ ଜିଲ୍ଲା ତଥା ରାଜ୍ୟରେ ଗୋଟିଏ ଚର୍ଚ୍ଚା ବିଜେଡିରେ ବେଇମାନ କିଏ? କାହା ଇଙ୍ଗିତରେ ଏଭଳି କାରନାମା ହେଲା ଓ ବିଜେଡିଦଳକୁ ଅପବାଦ ମିଳିଲା । ଏବେ ପଦ୍ମପୁର ନିର୍ବାଚନ ଚାଲିଥିବା ବେଳେ ବଲାଙ୍ଗୀର ବିଜେଡିରେ ଫାଟକୁ ନେଇ ବେଶ ରୋଚକ ଆଲୋଚନା ଚାଲିଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026

You Might Also Like