-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
05-Dec-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) ତୁରେକେଲା ବ୍ଳକ ଅନ୍ତର୍ଗତ କମେଇମୁଣ୍ଡା ପଞ୍ଚାୟତର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପ୍ରକୃତିବଂଧୁ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀ ବିଶେଶ୍ୱର ମୁଦୁଲି ଓ ଶ୍ରୀ ନରେଶ ତାଣ୍ଡି ଉପସ୍ଥିତ ଥିଲେ।ଶ୍ରୀ ଦାଶ ମୃତ୍ତିକା ସଂରକ୍ଷଣ ଓ ତାର କିପରି ଯତ୍ନ ନିଆଯିବ ତାରି ଉପରେ ଆଲୋକପାତ କରିଥିଲେ।ତାପରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳାରେ ବିଦ୍ୟାଳୟର ଛାତ୍ରୀ ଲଳିତା ବାଗ ଓ ସୁନୀଲ ବେହେରା କନିଷ୍ଠ ବିଭାଗରେ ଦଶ ଜଣଙ୍କ ଭିତରେ ସ୍ଥାନ ପାଇଥିବାରୁ ତାଙ୍କୁ ପ୍ରମାଣ ପତ୍ର ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା।