-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ କୁଚବେହାର ଟ୍ରଫି ଆରମ୍ଭ I

27-Nov-2022



ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
 ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ ଠାରେ ଶନିବାର ଠାରୁ ୧୯ ବର୍ଷରୁ କମ୍‌ କୁଚ୍‌ ବେହାର ଟ୍ରଫି ଆରମ୍ଭ ହୋଇଛି I କୋଭିଡ୍‌ ପରେ ଏହା ପ୍ରଥମ ଜାତୀୟ ସ୍ତରୀୟ ମୁକାବିଲା ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ମ୍ୟାଚ୍‌କୁ ନେଇ ବେଶ୍‌ ଆଗ୍ରହ ଦେଖିବାକୁ ମିଳିଛି। ହରିଆଣା ବିପକ୍ଷ ଏହି ମ୍ୟାଚ୍‌ରେ ସମ୍ବଲପୁରର ଅଭିନବ ନନ୍ଦ ପଦାର୍ପଣ ସୁଯୋଗ ପାଇଛନ୍ତି I ଯାହା ସ୍ଥାନୀୟ ଦର୍ଶକଙ୍କୁ ଅଧିକ ଉତ୍ସାହିତ କରିଥିଲା। ବିସିସିଆଇ ପକ୍ଷରୁ ଆର୍‌ ସୁବ୍ରମଣିଆନ୍‌ ଆୟର ଓ ଆର୍‌ ରାକେଶ ଅମ୍ପାୟାର୍‌ ଏବଂ ମୌମିତା ଚକ୍ରବର୍ତ୍ତୀ ରେଫରି ଭାବେ ମ୍ୟାଚ୍‌ ପରିଚାଳନା କରିଥିଲେ I ଜିଲ୍ଲା କ୍ରୀଡ଼ା ସଂଘର ଉପ ସଭାପତି ଦୁଲାଲ ପ୍ରଧାନଙ୍କ ତତ୍ତ୍ବାବଧାନରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସମେତ ଆଇଏସ୍‌ ରିହାନ କ୍ଷେତ୍ରୀ, ହିଣ୍ଡାଲ୍‌କୋର କ୍ରିଷ୍ଣା ପାଢ଼ୀ, ଓସିଏର ଯୁଗ୍ମ ସମ୍ପାଦକ ପ୍ରଭାସ ଭୋଳ, ନୂଆପଡ଼ା ସମ୍ପାଦକ ସରୋଜ ସାହୁ, ଦେବଗଡ଼ ସମ୍ପାଦକ ସୁଜିତ ପ୍ରଧାନ, ବରଗଡ଼ର ରବି ପଣ୍ଡା ଓ ହର ପ୍ରଧାନ, ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ପ୍ରମୋଦ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ସୁନୀଲ ସାହୁ, ଉପ ସଭାପତି ସାବିର ଅହମ୍ମଦ, କ୍ରିକେଟ୍‌ ସମ୍ପାଦକ ଅବିନାଶ ନନ୍ଦ, କୋଷାଧ୍ୟକ୍ଷ ଉମାପତି ତ୍ରିପାଠୀ, ବିଶ୍ବମ୍ବର ବହିଦାର, କାଉନ୍‌ସିଲ୍‌ ସଭ୍ୟ ପଦ୍ମ ନାୟକ, ବିଭୂତି ମିଶ୍ର, କୁନ୍ଦନ ପ୍ରଧାନ, ରତିକାନ୍ତ ମହାନ୍ତି, ମହମ୍ମଦ ଇସାକ, ସୁବୋଧ ସାହୁ, ସାନ୍ତନୁ ନନ୍ଦ, ମନୋଜ ଭୋଇ, ପ୍ରସନ୍ନ ବିଶ୍ବାଳ, ଆଥଲେଟିକ୍‌ ସେକ୍ରେଟାରି ବିକାଶ ମିଶ୍ର ଓ କର୍ମକର୍ତ୍ତା ମ୍ୟାଚ୍‌ ଆୟୋଜନରେ ସହଯୋଗ କରିଥିଲେ I ଅତିଥିମାନେ ମା’ ସମଲେଶ୍ବରୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଭୟ ଦଳର ଖେଳାଳିଙ୍କ ସହ ହାତ ମିଶାଇଥିଲେ I ସକାଳ ୯ଟା ପ୍ରଥମ ବଲ୍‌ ପଡ଼ିଥିଲା I ପ୍ରଥମ ଦିନ ଓଡ଼ିଶା ଦଳ ୭୩.୪ ଓଭର ଖେଳିଥିବା ବେଳେ ହରିୟାଣା ଦଳ ୧୬ ଓଭର ଖେଳିଛି I ଧୀମା ବ୍ୟାଟିଂ କରିଥିଲା ଓଡ଼ିଶା I ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଦଳର ୨ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାମ୍‌ ଧୀମା ବ୍ୟାଟିଂ କରିଥିଲେ। ଅନ୍ୟପଟେ ହରିଆଣା ଦଳ ଆକ୍ରମଣାତ୍ମକ ବୋଲି ଓ କ୍ଷେତ୍ରରକ୍ଷଣ ପ୍ରଦର୍ଶନ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଦିବ୍ୟଜ୍ୟୋତି ପଟ୍ଟନାୟକ ଓ ୩ୟ ସ୍ଥାନରେ ଆସିଥିବା ଅଂଶୁମାନ ସାହୁ ଖାତା ଖୋଲିପାରି ନଥିଲେ। ୯ ରନ୍‌ରେ ପ୍ରଥମ ଵିକେଟ୍‌ ପଡ଼ିଥିବା ବେଳେ ୧୫ ତମ ଓଭର୍‌ରେ ୩୭ ରନ୍‌ରେ ଚତୁର୍ଥ ଵିକେଟ୍‌ ହରାଇ ସାରିଥିଲା। ତାପରେ ଅଧିନାୟକ ସାଇଦୀପ ମହାପାତ୍ର ଓ ମହମ୍ମଦ ସୋହେଲ ଖାଁ ପାଳିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟେ ୫୦ ରନ୍‌ ଭାଗୀଦାରୀ କରିବା ପରେ ସୋହେଲ୍‌ ବ୍ୟକ୍ତିଗତ ୨୧ ରନ୍‌ କରି ଆଉଟ୍‌ ହୋଇଥିଲେ। ସମ୍ବଲପୁରର ଅଭିନବ ତାପରେ ଅଧିନାୟକଙ୍କ ସହ ପାଳିକୁ ଆଗକୁ ବଢ଼ାଇଭା ସହ ସର୍ବାଧିକ ୫୯ ରନ୍‌ର ଭାଗୀଦାରୀ କରିଥିଲେ। ଓଡ଼ିଶା ଅଲ୍‌‌ଆଉଟ୍‌ ହେବା ପରେ ହରିଆଣା ଦଳ ଆକ୍ରମଣାତ୍ମକ ବ୍ୟାଟିଂ ମଧ୍ୟ କରିଥିଲା। ୧୬ ଓଭରରେ କୌଣସି ଵିକେଟ୍‌ ନ ହରାଇ ହରିଆଣା ଦଳ ୭୮ ରନ୍‌ କରିସାରିଛି। ଏହି ୧୬ ଓଭରରେ ହରିଆଣାର ୨ ପ୍ରାରମ୍ଭିକ ବ୍ୟାଟ୍ସ୍‌ମ୍ୟାମ୍‌ ୧୫ଟି ଚୌକା ମାରିଛନ୍ତି I ଅଭିନବ ଦ୍ବିତୀୟ ସର୍ବାଧିକ ସ୍କୋରର୍‌ ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ଟି ହେଉଛି ଅଭିନବଙ୍କ ହୋମ୍‌ ଗ୍ରାଉଣ୍ଡ। ଶନିବାର ଓଡ଼ିଶା ପକ୍ଷରୁ ହୋମ୍‌ ଗ୍ରାଉଣ୍ଡ୍‌ରେ ସେ ତାଙ୍କର ପ୍ରଥମ ଜାତୀୟ ମୁକାବିଲା ଖେଳିବାର ସୁଯୋଗ ସେ ପାଇଥିଲେ। ଏହି ଷ୍ଟାଡିୟମ୍‌ରେ ଅନେକ ଦୃଷ୍ଟାନ୍ତମୂଳକ ପଦର୍ଶନ କରିଥିବା ଅଭିନବ ହରିଆଣା ବିପକ୍ଷରେ ମଧ୍ୟ ଦମ୍‌ ଦେଖାଇଥିଲେ। ଅଧିନାୟକଙ୍କ ସହ ମିଶି ଓଡ଼ିଶା ପାଇଁ ସର୍ବାଧିକ ଭାଗୀଦାରୀ କରିବା ସହ ୫୬ଟି ବଲ୍ ଖେଳି ୫ ଚୌକା ସହାୟତାରେ ୨୭ ରନ୍‌ କରିଥିଲେ I ଯାହା ଓଡ଼ିଶା ପାଳିର ଦ୍ବିତୀୟ ସର୍ବାଧିକ ସ୍କୋର୍‌। ଅଭିନବ ଶନିବାର ୭ମ ସ୍ଥାନରେ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ତେବେ ସ୍ଥାନୀୟ ଅଞ୍ଚଳରେ ସେ ଜଣେ ବିସ୍ଫୋରକ ବ୍ୟାଟର୍‌ ହୋଇଥିବା ବେଳେ କିଛି ଵିକେଟ୍‌ ପୂର୍ବରୁ ତାଙ୍କୁ ପଠାଯାଇଥିଲେ ସେ ଆହୁରି ଭଲ ଖେଳିପାରିଥାନ୍ତେ ବୋଲି କ୍ରୀଡ଼ିପ୍ରେମୀଙ୍କ ମହଲରେ ଚର୍ଚ୍ଚା ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like