-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
27-Nov-2022
ବୀରମହାରାଜପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ନିକଟସ୍ଥ ହରିହର ଜୋର ପୋଲ ଉପରେ ଗାତ ସୃଷ୍ଟି ହେବା ସହ ଲୁହା ରୋଡ଼ ଦେଖାଦେଇଥିଲା। ଫଳରେ ଜନସାଧାରଣ ଏହି ରାସ୍ତା ଦେଇ ଯିବାକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ
କରିଥିଲେ। ଏହାକୁ ନେଇ ଗତ ନଭେମ୍ବର ମାସ ୧୦ ତାରିଖ' ପ୍ରେରଣା' ଖବରକାଗଜରେ ଶିର୍ଷ ଭିତ୍ତିକ ଖବର ମରଣଯନ୍ତା ପାଲଟିଛି ହରିହର ଜୋର ପୋଲ ପ୍ରକାଶିତ ହୋଇଥିଲା।
ଏହି ଖବରକୁ ନେଇ ସାମାଜିକ କର୍ମୀ ରମେଶ ମେହେର ରାଜ୍ୟ ସରକାର, ମୋ ସରକାର, ୫ଟି ସଚିବ, ଜିଲ୍ଲାପାଳକୁ ଟୁଇଟ ଯୋଗେ ଅଭିଯୋଗ କରିଥିଲେ। ଫଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏହି ପୋଲ ଉପରେ ହୋଇଥିବା ବିପଦପୂର୍ଣ୍ଣ ଗର୍ତ୍ତକୁ ମରାମତି କରାଯାଇଛି। ଏନେଇ ଜନସାଧାରଣ 'ପ୍ରେରଣା' ଖବରକାଗଜକୁ ଧନ୍ୟବାଦ ଜଣାଇଛନ୍ତି।