-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2022
ସୁବର୍ଣ୍ଣପୁର - ବରଗଡ଼ ଜ଼ିଲ୍ଲା ର ବରଗାଁ ଓ ବର୍ଲା ବାହାଲ ଗ୍ରାମରେ ସେଞ୍ଚୁରିଆ ବିଶ୍ୱ ବିଦ୍ୟାଳୟ ପାରଳାଖେମୁଣ୍ଡି ର ଏମ ଏସ ସ୍ୱାମୀନାଥନ ସ୍କୁଲ ଅଫ ଏଗ୍ରିକଲଚର ର ଛାତ୍ର ଙ୍କ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ସ୍ୱଛତା ଓ ରାସାୟନିକ ସାର ପ୍ରୟୋଗ ସମୟ ରେ ମାକ୍ସ ଓ ଗ୍ଲୋବ ର ବ୍ୟବହାର ଉପରେ ସଚେତନତା ମାଧ୍ୟମ ରେ ଗୁରୁତ୍ୱାରୋପ କରାଯାଇଥିଲା l ଓଡିଶା ର ଭାତ ହାଣ୍ଡି
କୁହାଯାଉଥିବା ବରଗଡ଼ ଜ଼ିଲ୍ଲା ର ଚାଷୀ ପରିବାର କିଭଳି ସୁରକ୍ଷିତ ଏବଂ ବିଭିନ୍ନ ଚାଷ ରେ ଅଧିକ ଉତ୍ପାଦନ କ୍ଷମ ହୋଇ ପାରିବେ ସେ ବିଷୟ ରେ ଚାଷୀ ଙ୍କ ସହିତ ଆଲୋଚନା କରିଥିଲେ l ବିଶ୍ୱବିଦ୍ୟାଳୟ ର ଛାତ୍ର ଶିବମ ମହାପାତ୍ର ଓ ଛାତ୍ରୀ ଅଙ୍କିତା ବାଗ କୃଷକ ମାନଙ୍କୁ ଚାଷ ର ନୂତନ ଜ୍ଞାନ କୌଶଳ ଉପରେ ଭାରତୀୟ କୃଷି ଗବେଷଣା ପ୍ରାୟୋଜିତ ରା୍ୱେ କାର୍ଯ୍ୟକ୍ରମ ମାଧ୍ୟମରେ ଧାନ ର ରୋଗ ପୋକ ନିରାକରଣ ଉପରେ ବୁଝାଇ ଥିଲେ l ଉଭୟ ଗ୍ରାମ ର ଶତାଧିକ ଚାଷୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ପ୍ରଶିକ୍ଷଣ ନେଇ ଥିଲେ l